Country

କଣ୍ଟାମାଳ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଘୁଚାଙ୍ଗି ଗ୍ରାମରେ ସଭ୍ୟ ସଦସ୍ୟତା ଅଭିଯାନ। ଯୋଗ ଦେଲେ କଣ୍ଟାମାଳ ବିଧାୟକ।

କଣ୍ଟାମାଳ: -୬/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ବରଗାଁ ପଞ୍ଚାୟତର ଘୁଚାଙ୍ଗି ଗ୍ରାମର ନିକଟସ୍ଥ ଆମ୍ବ ତୋଟା ଠାରେ ବିଜେପିର ପଞ୍ଚାୟତ ସ୍ତରୀୟ ସଭ୍ୟ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଘଣ୍ଟାପଡ଼ା ବିଜେପି ମଣ୍ଡଳ ସଭାପତି ପିନାକଧର ରଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇ ଗତ ନିର୍ବାଚନରେ ବହୁ ମାତ୍ରାରେ ଭୋଟ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସଂଗେ ସଂଗେ ବିଜେପିକୁ ସୁଦୃଢ କରିବାକୁ ହେଲେ ଅଧିକରୁ ଅଧିକ ବିଜେପିର ସଦସ୍ୟତା ଆବଶ୍ୟକତା ରହିଥିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସମସ୍ୟା ବହୁଳ ଅଞ୍ଚଳରୁ ସମସ୍ୟା ଦୂର କରିବାକୁ ହେଲେ ତୃଣମୂଳ ସ୍ତରରୁ ମଜଭୂତ କରିବାକୁ ହେବ। ତେଣୁ ବିଜେପି ସ୍ୱବିଚାର ଚିନ୍ତାଧାରାକୁ ବଜାୟ ରଖିବାକୁ ହେଲେ ଆମକୁ ଶତପ୍ରତିଶତ ସଭ୍ୟ ସଂଗ୍ରହ କରିବାକୁ ପଡିବ ବୋଲି ପଞ୍ଚାୟତର ଉପସ୍ଥିତ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସେହିପରି କଣ୍ଟାମାଳ ନିର୍ବାଚନମଣ୍ଡଳୀର ସଭ୍ୟ ସଦସ୍ୟତା ଅଭିଯାନର ପ୍ରଭାରୀ କେଦାରନାଥ ସାହୁ, ଜିଲ୍ଲା ବିଜେପି ଉପସଭାପତି ଚିତ୍ତରଞ୍ଜନ ପାତ୍ର, ପୂର୍ବତନ ରାଜ୍ୟ ଯୁବ ସଂପାଦକ ଓମ୍ ପ୍ରକାଶ ମିଶ୍ର, କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ ପ୍ରଧାନ, ବରିଷ୍ଠ ନେତା ସୂର୍ଯ୍ୟଦେହୁରୀ, ବରଗାଁ ସରପଞ୍ଚ ଶ୍ରୀମତୀ ରଶ୍ମିତା ରଣା, ସମିତି ସଭ୍ୟା ଶ୍ରୀମତୀ ଅଙ୍ଗୁରୀ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ବିଜେପିକୁ ଯଦି ଆହୁରି ଆଗକୁ ନେବା ତା ହେଲେ ଆମକୁ ଆହୁରୀ ସଦସ୍ୟତାର ଆବଶ୍ୟକତା ରହିଥିବା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଏସସି ମୋର୍ଚ୍ଚାର ସଭାପତି ରାମଚନ୍ଦ୍ର ତାଣ୍ଡି, ସୁଦର୍ଶନ ବଘାର, ପ୍ରଶନ୍ନ ରଣା, ଶିବ କମ୍ପ, ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତିରେ ପଞ୍ଚାୟତର ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।ପଞ୍ଚାୟତ ଅଧିନସ୍ଥ ମଲିକୁଦ ଗ୍ରାମର ବିଜେଡି ସଦସ୍ୟ ରାଜୁ ରଣା ଦଳକୁ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହେଲେ । ତାଙ୍କୁ ବିଧାୟକ ଶ୍ରୀଡ଼ାଙ୍ଗ ସ୍ଵାଗତ ଜଣାଇ ଦଳୀୟ ଉତ୍ତରୀୟ ପ୍ରଦାନ ଦଳରେ ସାମିଲ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button