Country

ବିଦେଇ ମହାପୁରୁଷ ଙ୍କ ତିରୋଧାନ ଦିବସ

ବଡ଼ଚଣା ବ୍ଲକ ଚମ୍ପାପୁର ପଂଚାୟତ ସାନ ବନ୍ଦା ଳୋ (ବଉଳା )ସ୍ଥିତ ବସନ୍ତ ବିହାର ମଠ ରେ ବିଦେଇ ମହାପୁରୁଷ ଙ୍କ ତିରୋଧାନ ଦିବସ ଅବସର ରେ ତିନି ଠାକୁର ଙ୍କ ପୂଜା ର୍ଚନା ମଙ୍ଗଳ ଆଳତି ସୂର୍ଯ୍ୟ ପୂଜା ଗୋ ପୂଜା ଓ ଯଂଜ୍ଞ କର୍ମ ଯଥା ରୀତି ନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଅଛି, ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଶିଶୁ ମହୋତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ବଡ଼ଚଣା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ, ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଛୋଟ ଛୋଟ ଶିଶୁକଳାକାର ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, କୃତୀ ପ୍ରତିଯୋଗୀ ମାନଙ୍କୁ ବିଧାୟକଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ, ଉକ୍ତ ସମ୍ବର୍ଦ୍ଧନା ସଭା ରେ ସମାଜସେବୀ ବୀର କିଶୋର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ, ଅନୁଷ୍ଠାନ ପକ୍ଷରୁ ସମାଜସେବୀ ନ ଙ୍ଗୁଳି ପ୍ରଧାନ ସୂଚନା ପ୍ରଦାନ କରିଥିଲେ, ମହିଳା ମୋର୍ଛା ସମ୍ପାଦିକା ଦେବ ଯାନୀ ପ୍ରଧାନ ସ୍ଥାନୀୟ ସରପଞ୍ଚ ସୁଲୋଚନା ପ୍ରଧାନ ସମିତି ସଭ୍ୟ ସତ୍ୟବ୍ରତ ବିଶ୍ୱାଳ ସୋମ୍ୟ ରଞ୍ଜନ ବିଶ୍ୱାଳ ବନ୍ତଳା ସରପଞ୍ଚ ସମୀର ରାଉତ ସୋଲର ପଂଚାୟତ ପୂର୍ବତନ ସରପଞ୍ଚ ନୀଳମଣି ରାଉତ ଅଧ୍ୟାପକ ଦନାର୍ଦନ ରାଉତ ସନ୍ତୋଷ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,ସମସ୍ତ ଭକ୍ତ ମାନଙ୍କ ପାଇ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା,

Related Articles

Back to top button