Country
ବୋରୱେଲ ପମ୍ପ କୁ ପ୍ରାୟ ଏକ ମାସ ହେବ ଦୃର୍ବୁତ୍ତ ମାନେ ଚୋରୀ କରିନେଇଚନ୍ତି।

ଢେଙ୍କାନାଳ : କନ୍ଧପଡ଼ା ଗ୍ରାମରେ ଲାଗିଥିବା ବୋରୱେଲ ପମ୍ପ କୁ ପ୍ରାୟ ଏକ ମାସ ହେବ ଦୃର୍ବୁତ୍ତ ମାନେ ଚୋରୀ କରିନେଇଚନ୍ତି। ପ୍ରାୟ ୭୦ ପରିବାର ଏହି ବୋରୱେଲ ଉପରେ ନିର୍ଭର କରନ୍ତି। ଏକ ମାସ ହେବ ବାରମ୍ୱାର ଅଭିଯୋଗ କରିବା ପରେବି ବିଭାଗୀୟ କତୃପକ୍ଷ ଧ୍ୟାନ ଦେଉନାହାଁନ୍ତି। ଶେଷ ରେ ଆଜି ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏହି ଅସୁବିଧାର ତୁରନ୍ତ ଏବଂ ସ୍ଥାୟୀ ସମାଧାନ ସହିତ ବୋରୱେଲ ପମ୍ପ ଚୋର କୁ ଗିରଫ କରି ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଗ୍ରାମବାସୀ ନିଜ ଦାବି ପତ୍ର ରେ ଜିଲ୍ଲପାଳ ଙ୍କୁ ଗୁହାରୀ କରିଛନ୍ତି l