Country
କଣ୍ଟାପଡ଼ା ବ୍ଳକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

କଟକ-କଣ୍ଟାପଡ଼ା ବ୍ଳକର ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ମହୋଦୟ ଉପସ୍ଥିତ ଥିବାବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷଙ୍କ ଉପସ୍ଥିତିରେ ଶିବିର ପରିଚାଳନା କରାଯାଇଥିଲା । ହସ୍ତଗତ ହୋଇଥିବା ସର୍ବମୋଟ ଅଭିଯୋଗ ସଂଖ୍ୟା ୨୩୭ ଥିବାବେଳେ ବ୍ୟକ୍ତିଗତ ଅଭିଯୋଗ ସଂଖ୍ୟା ୨୩୫,ସାମୁହିକ ଅଭିଯୋଗ ୨ସମାଧାନ ହୋଇଥିବା ଅଭିଯୋଗ ସଂଖ୍ୟା ୩୭, ରିଲିଫ ପାଣ୍ଠିରୁ ସହାୟତାପ୍ରାପ୍ତି ଅଭିଯୋଗ ସଂଖ୍ୟା ୩,ଭିନ୍ନକ୍ଷମ ଭତ୍ତା ପାଇଁ ଅଭିଯୋଗ ସଂଖ୍ୟା ୨,ଅନ୍ୟାନ୍ୟ ଉତ୍ତାସଂଖ୍ୟା ୩୪,ଅନ୍ୟାନ୍ୟ ଅଭିଯୋଗ ସଂଖ୍ୟା ୧୬୧ରେ ସୀମିତ ଥିବାର ଜଣାଯାଇଥିଲା ।ବ୍ଳକର ସମସ୍ତପଦାଧିକାରୀ ଉକ୍ତ ଶିବିରରେ ପରିଚାଳନା କ୍ଷେତ୍ରରେ ସହାୟକ ହୋଇଥିଲେ।ଶିବିର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିବାର ଦେଖିବାକୁ ମିଳିଥିଲା । କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋର୍ଟ ସମର୍ଥ ନିୟୁଜ୍-ଓଡ଼ିଶା