ମୁନି ସମାଜ ପକ୍ଷରୁ ରାଜ୍ୟ ସ୍ତରୀୟ ମହାଧିବେଶନ ପାଇଁ ପ୍ରସ୍ତୁତି ବୈଠକ,

ଚଳିତ ମାସ 29ଓ 30ତାରିଖ ଦୁଇ ଦୀନ ବ୍ୟାପି ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଛତିଆ ଠାରେ ଅଖିଳ ଭୁ ମଣ୍ଡଳୀୟ ସର୍ବ ଶିରୋମଣି ମୁନି ସମାଜ ର ରାଜ୍ୟ ସ୍ତରୀୟ ମହା ଧିବେଶନ ଅନୁଷ୍ଠିତ ହେବାକୁ ଯାଉଅଛି,ମାନ୍ୟବର ମୁଖ୍ୟ ମନ୍ତ୍ରୀଓଡିଶା ସାଂସଦ ଯାଜପୁର ବିଧାୟକ ବଡ଼ଚଣା ଓ ଧର୍ମ ଶାଳା ଯୋଗ ଦେବାର କାର୍ଯ୍ୟ କ୍ରମ ରହିଛି, ଏହି ଉପଲକ୍ଷେ ଆଜି ମୁନି ସମାଜକାର୍ଯାଳୟ ଛତିଆ ଶାଖା ଚମ୍ପା ପୁର ଠାରେ ଏକ ପ୍ରସ୍ତୁତି ବୈଠକଅନୁଷ୍ଠିତ ହୋଇଥିଲା, ଯୋଗାଚାର୍ଯ୍ୟ କମଳାକାନ୍ତ ପାଣିଗ୍ରାହୀ ଏଥିରେ ଅଧକ୍ଷତା କରିଥିଲେ, ମହାମନ୍ତ୍ରୀ ମୁନିରତ୍ନ ଧୂର୍ବ ଚରଣ ପ୍ରଧାନ ସୂଚନା ପ୍ରଦାନକରିଥିଲେ, ସଂଗଠନ ପ୍ରଚାର ମନ୍ତ୍ରୀ ଅନନ୍ତ ପ୍ରଧାନ ଉପ ସଭାପତି ମୀନ କେତନ ମହାନ୍ତି ସହ ପ୍ରଚାର ସଂଗଠନ ମନ୍ତ୍ରୀ ଦଶରଥ ପଣ୍ଡା କାର୍ଯ୍ୟ କାରିଣୀ ସଭ୍ୟ ସୁବ୍ରତ ରାଉତ ପ୍ରମୁଖ ମହାଧିବେଶନ ସମ୍ପର୍କ ରେ ଆଲୋଚନା ରଖିଥିଲେ,ଛତିଆ ପଂଚାୟତ ସମିତି ସଭ୍ୟ ଦୀପକ ସାହୁ ଛତିଆ କଲେଜ ର ଅଧ୍ୟାପକ ଡକ୍ଟର ନିରଞ୍ଜନ ପାତ୍ର ନାରାୟଣ ମୁନି ବନମାଳୀ ମୁନି ଶରତ ବରାଳ ସୁଧାଂଶୁ ସାମଲ ରବୀନ୍ଦ୍ର ପ୍ରଧାନ ତଥା ସମସ୍ତ ଜିଲ୍ଲା ର କାର୍ଯ୍ୟ କାରିଣୀ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ,