ଦୀପାବଳି ନହେଉ ପ୍ରଦୂଷଣର ମହାପାର୍ବଣ ।

ମୋହନା:31/10/24(ସୁବିତ କୁମାର ନାୟକ) ବଜାରରେ ଦିନକୁଦିନ ନକଲି ଜିନିଷର ପରିମାଣ ବଢିଚାଲିଛି । ବିଭିନ୍ନ ନାମୀ ଦାମୀ କମ୍ପାନୀର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଯଥା ଖାଇବା ତେଲ, ଚିନି, ଚାଉଳ, ଚୁଡ଼ା, ସାବୁନ,ସର୍ଫ,ସସ୍, ବିଭିନ୍ନ ପ୍ରକାରର ପାନୀୟ ଆଦି ସବୁର ନକଲି ଜିନିଷ ତିଆରି ହୋଇ ବଜାରରେ ଉପଲବ୍ଧ ହେଉଛି। ଏସବୁର ବ୍ରାଣ୍ଡିଂ ଓ ପ୍ୟାକେଟ ଏପରି ନିଖଣ ଭାବେ ହୋଇଥାଏ ଯେ ସାଧାରଣ ଗ୍ରାହକର ଆଖିରେ ତାହା ସହେଜ ଧରା ପଡେନାହି। ଅନେକ ସ୍ଥାନରେ ନକଲି ସାମଗ୍ରୀ ପ୍ରସ୍ତୁତି କାରଖାନା ଧରା ପଡିବାର ଖବର ଗଣମାଧ୍ୟମରୁ ଜାଣିବାକୁମିଳେ। ନିମ୍ନମାନର ସାମଗ୍ରୀରେ ତିଆରି ଏହି
ଭେଜାଲ ପଦାର୍ଥ ବ୍ୟବହାର କରି ଲୋକେ ଗରୁୁତର ସ୍ବାସ୍ଥ୍ୟ ସଙ୍କଟରେ ପଢୁଛନ୍ତି।ନକଲି ତିହେତୁ ମଳ କମ୍ ୂ ପାନୀ ବଦନାମ ହୋଇଥାଏ,ଏମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ; କାରଣ ଏମାନେ ଦେଶଦ୍ରୋହୀଠାରୁ କମ ଅପରାଧୀ ନୁହନ୍ତି । ଦୀପାବଳି ଆଲୋକର ଉତ୍ସବ। ଅମାବାସ୍ୟାର ସଞ୍ଜନଇଁ ଆସିଲେ ରୂପସୀ ରଜନୀ ଆଲୋକର ବର୍ଣ୍ଣମାଳାରେ ସଜେଇ ହୋଇଯାଏ। ଘର, ରାସ୍ତାଘାଟ,ଦୋକାନ ବଜାର ଚତୁର୍ଦିଗ ଆଲୋକର ଛଟାରେଝଲମଲ ହୋଇଉଠେ। କୁଳବଧଟି ବୃ ନ୍ଦାବତୀଙ୍କୁ ସମୁରଣା କରି ଚଉରା ମଳେୂ ଦୀପଟିଏ ଜାଳି ପ୍ରାର୍ଥନା କରେ, ଦୀପଜ୍ୟୋତିଃ ପରଂବ୍ରହ୍ମ, ଦୀପଜ୍ୟୋତି ଜନାର୍ଦ୍ଦନଃ, ଦୀପୋ ହରତୁମେ ପାପଂ,
ଦୀପୋ ଜ୍ୟୋତି ନମୋସ୍ତୁତେ । ଗୋଟିଏ ଦୀପର ଶିଖାରୁ ପ୍ରଲମ୍ତ ବି ହୁଏ ଦୀପର ଅାବଳି- ଦୀପାବଳି। ବୃହଦାରଣ୍ୟକ ଉପନିଷଦରେ କୁହାଯାଇଛି ତମସୋ ମା ଜ୍ୟୋତିର୍ଗମୟ। ଅନ୍ଧକାରରୁ ଆଲୋକକୁ
ଏଇ ଯାତ୍ରା। ଅବିଦ୍ୟା ଅଜ୍ଞାନ ରୂପକ ତିମିର ବିନାଶ ଉତ୍ସବର ଲକ୍ଷ୍ୟ।
ଏ ଉତ୍ସବ କେବଳ ଭାରତରେ ସୀମିତ ନୁହେଁ। ସିଙ୍ଗାପରୁ, ମାଲେସିଆ, ଶ୍ରୀଲଙ୍କା, ନେପାଳ, ସରୁନାମ, ତ୍ରିନିଦାଦ, ଟବାଗୋ ଏମିତି ଅନେକ ଦେଶରେ ଏହାର ପରିବ୍ୟାପ୍। ଆତ୍ ତି ମୀୟ ସ୍ୱଜନ ବନ୍ଧୁ ପରିଜନଙ୍କ ମିଳନ ଓ ହର୍ଷୋଲ୍ଲାସରୁ ଉତ୍ସାରିତ ଆଲୋକରେ ଉଦ୍ଭାସିତ ହୋଇ ଉଠେ ଜୀବନ। ଭାରତବର୍ଷରେ ସର୍ବତ୍ର ଏ ଉତ୍ସବ ପାଇଁ ଆନନ୍ଦର ଜୟ ଧ୍ୱନି।ଉତ୍ତର ଭାରତରେ ଶ୍ରୀ ସମ୍ପଦର ଆରାଧନା। ମା’ ଲକ୍ଷ୍ମୀଙ୍କର ପଜା। ତାସାଙ୍ଗକୁଦଶାନନର ଦର୍ପ ଦଳନ କରି ଚଉଦ ବର୍ଷ ପରେ ଅଯୋଧ୍ୟାଫେରି ଆସୁଛନ୍ତି ମାତା ଜାନକୀଙ୍କ ସତିହ ପରମାରାଧ୍ୟ ପରମ ପ୍ରିୟ ରାଜା ଶ୍ରୀରାମଚନ୍ଦ୍ର। ବିନୟାବନତ ଅଯୋଧ୍ୟାବାସୀ ଆନନ୍ଦରେ ଉତ୍ଫୁଲ୍ଲିତ ।
ପ୍ରଭୁଙ୍କୁ ସ୍ୱାଗତ କରିବାପାଇଁ ଘରେ ଘରେ ପ୍ରଦୀପର ପ୍ରଜ୍ଜଳନ। ଦକ୍ଣ ଷିଭାରତରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ପର୍ବଦୂନ ନରକ ଚତୁର୍ଦଶୀରେ ରାକ୍ଷସ ନରକାସରୁ ନିଧନର ବିଜୟ ଉଦ୍ଯାପକରିବାକୁପ୍ରାର୍ଥନା ଓ ଆନନ୍ଦ ଉତ୍ସବର ଆୟୋଜନ ମହାଳୟାରେ ପିତୃଲୋକରୁ ଯେଉଁ ପିତୃ ଗଣ ମର୍ତ୍ତ୍ୟଲୋକକୁ ଆସିଥିଲେ ଏବେ ସେମାନଙ୍କର ସ୍ବଲୋକକୁ ପ୍ରତ୍ୟାଗମନ କରିବାର ବେଳ। ତେଣୁ ଦୀପାବଳିର ମହତ୍ତ୍ବ ପ୍ରକୃତିର ରକ୍ଷା ଓ ପରିବେଶ ସରୁକ୍ଷା ହେଉ। ଆତସବାଜିର ଆତିଶଯ୍ୟ ନହେଉ। ମହାମାନ୍ୟ ଶୀର୍ଷ ଅଦାଲତଙ୍କ ସବୁଜ ବାଣ ବ୍ୟବହାର ପାଇଁ ସ୍ପଷ୍ଟ ନି ସତ୍ତ୍ୱେ ବେରିୟମ ସଲ୍ଟ ଭଳି ମାରାତ୍ମକ ଉପାଦାନରେ ବାଣ ପ୍ରସ୍ତୁତ ହୋଇ ବ୍ୟବହାର ହେଉଛି। ଆମ ରାଜ୍ୟରେ ଶବ୍ଦବାଜିର ସର୍ବୋଚ୍ଚ ସୀମା ୬୫ ଡେସିବେଲରେ ସୀମିତ ରଖାଯାଇଛି ଓ ରାତି ଦଶଟା ପରେ ଏହାର ବ୍ୟବହାରକୁ ନିଷିଦ୍ଧ କରାଯାଇଛି; କିନ୍ତୁ ଯଦି ସରକାର ନିର୍ବିକାର ଓ ପ୍ରଶାସନ ଉଦାସୀନ ହୁଅନ୍ତିତେବେ ନିଷିଦ୍ଧ ଆତସବାଜିର
ଝଲମଲ ରୋଶଣି ଓ ପ୍ରଚଣ୍ଡ ଶବ୍ଦରେ ଖଣ୍ଡମଣ୍ଡଳ ପ୍ରକମ୍ତପି ହେବ। ବାୟ, ଶବ୍ଦ ଓ ଆଲୋକର ପ୍ରଦୂଷଣରେ ମଣିଷ, ପଶୁ ପଷୀ, ଉଦ୍ଭିଦ ଜଗତ ସମସ୍ତଙ୍କ ଜୀବନ ବିପନ୍ନ ହେବ। ବିଶେଷତଃ ବରଷ୍ଠି ନାଗରିକ, ଶିଶୁ ଓ ସ୍ୱାସ୍ଥ୍ୟସେବା ଭୋଗଥିବା ଲୋକମାନଙ୍କର ଜୀବନ ସଙ୍କଟାପନ୍ନ ହେବ।ତେଣୁ ଦୀପାବଳି ଦୂଷଣର ମହାପାର୍ବଣ ନ ହେଉ। ଏହା ଆମ ଆତ୍ମାକୁ ଜାଗରିତ କରୁ। ମନକୁ ପରିଶଦ୍ଧ କରୁ। ମନରୁ ଶୁଭ ବୁଦ୍ଧି ପ୍ରବାହିତ ହେଉ ।