Country

ନେଟୱାର୍କ ସେବା ପାଇଲେ ମହାଲିକ ପଡ଼ା ପଞ୍ଚାୟତ ବାସି…. .. ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହେଲା ..

 

 

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ସ୍ଵାଧୀନତା ର 75 ବର୍ଷ ବିତିଯାଇଥିଲେ ବି ନେଟୱାର୍କ ସେବାରୁ ବଞ୍ଚିତ ଥିଲା ଉପାନ୍ତ ବଣ ପାହାଡ଼ ଘେରା ହରଭଙ୍ଗା ବ୍ଲକ ର ମହାଲିକ ପଡ଼ା ଅଞ୍ଚଳ l ବହୁ ସଂଘର୍ଷ, ଆନ୍ଦୋଳନ କୁ ଓଲ୍ହେଇ ଥିଲେ ପଞ୍ଚାୟତ ବାସି l ନେଟୱାର୍କ ନ ଥିବାରୁ ପାଠପଢା,ସ୍ୱାସ୍ଥ୍ୟ, ଯୋଗାଯୋଗ, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଆସୁଥିଲା l ପୂର୍ବରୁ କାର୍ଯ୍ୟଧୀନ ଚାଲୁ ରହିଥିବା ପଞ୍ଚାୟତ ର ଯାବର ଛକ ଠାରେ ବି ଏସ ଅନ ଅଲ ଟାୱାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି l ବହୁ ଦିନର ଆସା ଆକାଂକ୍ଷା ଆଜି ପୂରଣ ହୋଇଛି ଅଞ୍ଚଳ ବାସୀଙ୍କ l ଏହି ବି ଏସ ଏନ ଏଲ ନେଟୱାର୍କ ଟି 4g ହୋଇଥିବା ବେଳେ ଆଜି ଚାଲୁ ହୋଇଥିବା ଜଣା ପଡିଛି l ନେଟୱାର୍କ ଚାଲୁ ହେବା ଦ୍ୱାରା ଅଞ୍ଚଳ ବାସି ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l

Related Articles

Back to top button