ଦୀପଦାନ ଓ ବଡବଡିଆ ଙ୍କୁ ସ୍ମରଣ

ଜଗତସିଂହପୁର ::-ଆମ ନ୍ୟୂଜ ପରିବାର ତରଫରୁ ପବିତ୍ର ଦୀପାବଳୀର ଶୁଭ ଅଭିନନ୍ଦନ !ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମସ୍ତ ପଞ୍ଚାୟତ ଅଧିନସ୍ତ ଗ୍ରାମ ମାନଙ୍କରେ ଉତ୍ସାହ ସହିତ ପାଳନ କରାଯାଇଛି ଦୀପାବଳୀ ଉତ୍ସବ !
କ୍ଷୁଦ୍ର ଓ ମାଧ୍ୟମ ଧରଣର ଆତସବାଜିର ମାହୋଲ ରେ ସ୍ମରଣ କରାଯାଇଛି ବଡବଡିଆଙ୍କୁ !ଘର ଅଗଣାରେ ପବିତ୍ର ଜଳରେ ଲିପାପୋଛା କରି ଆସ୍ଥାନ ସଜେଇ, ତହିଁରେ ଟଗର, କଣ୍ଟି ଫୁଲ, ଶୁଆନଈ ଫୁଲ, କଅକଉଆ ଫୁଲ, କଇଁ ଫୁଲ, ବାଳୁଙ୍ଗା, ଦୁବ, ବରକୋଳି ପତ୍ର, ଅକ୍ଷତ, ଆଦି ସଜେଇ ରଖାଯାଏ !ମଉଳା ତଥା ପୂର୍ବପୁରୁଷ ବଡବଡିଆଙ୍କୁ ସ୍ମରଣ କରି ଦୀପଦାନ ପୂର୍ବକ ଫଳ ମୂଳ ଆଦି ନୈବେଦ୍ୟ ଉତ୍ସର୍ଗ କରାଯାଇ କାଉଁରିଆ କାଠି ରେ ନିର୍ମିତ କାଣ୍ଡ ଓ ବିଡା ସାହାଯ୍ୟରେ ଦୀପରୁ ଅଗ୍ନି ସଂଯୋଗ କରି ବଡବଡିଆ ଙ୍କ ଉଦ୍ଦେଶ୍ୟରେ ଉଚ୍ଚାରଣ କରନ୍ତି, ବଡବଡିଆ ହୋ ଅନ୍ଧାରରେ ଆସ ଆଲୁଅରେ ଯାଅ, ଗଙ୍ଗା ଯାଅ ଗୟା ଯାଅ ଶ୍ରୀପୁରସ୍ତମ ଯାଅ, ବାଇଶି ପାହାଚେ ଗଡ଼ଗଡଉଥାଅ !ତାପରେ ଚାରିଦିଗକୁ ଚାରୋଟି କାଣ୍ଡରେ ଅଗ୍ନି ଲଗାଇ ପୂର୍ବ ପୁରୁଷ ଙ୍କ ନାମରେ ନିକ୍ଷେପ କରନ୍ତି !
ଓଡ଼ିଶାର ସଂସ୍କୃତି ପରମ୍ପରର ସର୍ବପୁରାତନ ରୀତିନୀତି କୁ ଏବେବି ମଉଳା ଦିଆ ନାମରେ ପାଳନ କରି ଆସୁଛନ୍ତି !!ଦୀପାବଳୀ ଉତ୍ସବକୁ ଆଲୋକର ପର୍ବ ଭାବେ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ କରିଥାନ୍ତି ! ଘର ଅଗଣାରେ ଦୀପ କିମ୍ବା ମହମବତୀ ଜଳେଇବା ସହିତ ଇଲେକଟ୍ରିକ ଲିଚୁ ହାର ରେ ଘର ସାମ୍ନାକୁ ସଜେଇ ଅନ୍ଧକାର କୁ ହଟେଇବାକୁ ଆହ୍ୱାନ ଦେଇଥାନ୍ତି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!