ଓଏଏସ ଟପର ଆଜାଦଙ୍କୁ ଭେଟିଲେ କଣ୍ଟାମାଳ ବିଧାୟକ,


ସ୍ଵାଗତ କଲେ, ଶୁଭେଚ୍ଛା ଜଣାଇଲେ ଓ ଗ୍ରାମାଞ୍ଚଳର ସମସ୍ୟା ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଲେ।
କଣ୍ଟାମାଳ: – ୩୦/୧୦:(ପ୍ରଭାତ କୁମାର ସାହୁ)ଗତ କିଛିଦିନ ତଳେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ ଟେନ୍ଥର ପଞ୍ଚମ ସ୍ଥାନରେ କୃତକାର୍ଯ୍ୟ ହୋଇ ବୌଦ୍ଧ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ଏବଂ ପ୍ରଥମଥର ପାଇଁ ଏତେ ବଡ଼ ସଫଳତା ପାଇଥିବା କଣ୍ଟାମାଳ ବ୍ଳକର ଖୁଣ୍ଟିଗୋରା ଗ୍ରାମର ପଣ୍ଟାପଡ଼ା ହାଇ ସ୍କୁଲରୁ ଅବସର ପାଇଥିବା ପ୍ରଧାନ ଶିକ୍ଷକ ଦିଗାମ୍ବର ସାହୁଙ୍କ ଦ୍ୱିତୀୟ ପୁତ୍ର ତଥା ସୁନା ପୁଅ ଆଜାଦ କୁମାର ସାହୁଙ୍କୁ କାହୁଁ କେତେଆଡ଼ୁ ପ୍ରଶଂସା ସୁଅ ଛୁଟିବାରେ ଲାଗିଛି। ଅନେକ ବିଶେଷ ବ୍ୟକ୍ତିଙ୍କ ଠୁ ଆରମ୍ଭ କରି ନେତା, ବିଭିନ୍ନ ସାମାଜିକ ଅନୁଷ୍ଠାନ ଏପରିକି ନିଜର ଗ୍ରାମର ବଣିକ ସଂଘ ଆଦି ଆଜାଦଙ୍କଠାରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି। ଏପରି ସ୍ଥଳେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡ଼ାଙ୍ଗ ମଧ୍ୟ ଶୁଭେଚ୍ଛା ଜଣାଇବା ପାଇଁ ଆଜାଦଙ୍କ ଘରକୁ ଆସି ଆଜାଦଙ୍କ ପିତାମାତାଙ୍କୁ ପ୍ରଥମେ ସ୍ଵାଗତ ଓ ଶୁଭେଚ୍ଛା ଜଣାଇ ଆଜାଦଙ୍କୁ ମଧ୍ୟ ଅନୁରୂପ ଭାବେ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ମଙ୍ଗଳ କାମନା କରିଥିଲେ। ଆଗାମୀ ଶିକ୍ଷାର୍ଥୀ ପାଇଁ ଉଦାହରଣ ପାଲଟିଥିବା ଆଜାଦଙ୍କୁ ମିଠା ଖୁଆଇ ଶୁଭକାମନା ଜଣାଇଥିଲେ। ତାଙ୍କର ଛାତ୍ର ଜୀବନ ବିଷୟରେ ପଚାରି ବୁଝିଲେ ଓ ଶେଷରେ ପଲ୍ଲୀ ରୁ ଦିଲ୍ଲୀର ଉଦାହରଣ ଦେଇ ଗ୍ରାମର ପିଲା ଗ୍ରାମାଞ୍ଚଳର ସମସ୍ୟା ପ୍ରତି ଦୃଷ୍ଟିଦେବାକୁ ଉପଦେଶ ଦେଇଥିଲେ। ବିଧାୟକ ଶ୍ରୀ ଡାଙ୍ଗଙ୍କ ସହ ଶିକ୍ଷାବିତ ନିଳାଚଳ ଭୋଇ, ଗୋବର୍ଦ୍ଧନ ପ୍ରଧାନ, ସମାଜସେବୀ କୃଷ୍ଣ କହଁର, କେଦାର ସାହୁ, ଦେବେନ୍ଦ୍ର କୁଦେଇ, ଅଭିରାମ ରଣା, ପିନାକଧର ରଣା, ଡମ୍ବରୁ କହଁର, ଅନିଲ ପ୍ରଧାନ ଏବଂ ଅନେକ ବିଜେପି ନେତା ଓ ସାମ୍ବାଦିକ ଆଜାଦଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




