Country

୩୭ତମ କାଳୀପୂଜା ପାଇଁ ମହିଳାଙ୍କ କଳସ ଶୋଭାଯାତ୍ରା  ସନ୍ଧ୍ୟାରୁ ଆରମ୍ଭ ହେଲା ମହିଷାସୁର ଦରବାର,

 

କଣ୍ଟାମାଳ, ୩୦. ୧୦ : (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଲରାକୋଠା ସ୍ଥିତ ୟୁଥ ଫ୍ରେଣ୍ଡସ ଆସୋସିଏସନ ତରଫରୁ ଆୟୋଜିତ ୩୭ତମ ସାର୍ବଜନୀନ କାଳୀପୂଜା ଅବସରରେ ମହିଳାମାନଙ୍କ ଦ୍ୱାରା ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହିଅବସରରେ ଯଜ୍ଞ କର୍ତ୍ତା ହରିଶ୍ଚନ୍ଦ୍ର ରଣା ସସ୍ତ୍ରିକ ଙ୍କ ସହ ସାହସ୍ରାଧିକ ମହିଳା କଳସ ଧରି ଢୋଲ, ନlମସଂକୀର୍ତ୍ତନ୍ୟ ଦଳ, ଘଣ୍ଟ ଘଣ୍ଟୁଆଳ, ଛଉ ନୃତ୍ୟ,କଟପ୍ପା ଦଳ ସହ କଲରାକୋଠା ଠାରୁ ଶୋଭାଯାତ୍ରା ରେ ଆସି ଖଲିଆପାଲି ବନ୍ଧରୁ କଳସରେ ଜଳଧରି ଗ୍ରାମ୍ୟ ପରିକ୍ରମା ପରେ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ଘଣ୍ଟ ଘଣ୍ଟୁଆଳ ଓ ଢୋଲ, ଦୂଲଦୁଲି ଶବ୍ଦରେ ରାଜରାସ୍ତା ମୁଖରିତ ହୋଇ ଉଠିଥିଲା l ଏହି ବିରାଟ ଓ ଭବ୍ୟ ଶୋଭାଯାତ୍ରା ଦେଖିବାପାଇଁ ରାଜରାସ୍ତା ଉଭୟ ପାର୍ଶ୍ୱରେ ଶହଶହ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା l ଶୃଙ୍ଖଳା ଦୃଷ୍ଟିରୁ ଶୋଭାଯାତ୍ରା ସମୟରେ କଣ୍ଟାମାଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି l ସେହିପରି ସନ୍ଧ୍ୟାରେ ପୂଜାମଣ୍ଡପ ଠାରେ ମାଆ ଙ୍କ ପୂଜାରମ୍ଭ ହୋଇଥିବା ବେଳେ ମହିଷାସୁର ଦରବାର ରେ ଅସୁର ରାଜ ମହାପ୍ରତାପୀ ମହିଷାଶୁର ଙ୍କ ଦରବାର ର ଶୁଭାରମ୍ଭ ହୋଇଛି l କମିଟି ସଭାପତି ପ୍ରଫୁଲ୍ଲ କୁମାର ସାହୁ ଓ ସମ୍ପାଦକ ପ୍ରକାଶ ସାହୁ ସମେତ ସମସ୍ତ କମିଟି ସଦସ୍ୟ ଓ କଲରାକୋଠାବାସୀ ଶୋଭାଯାତ୍ରା କୁ ପରିଚାଳନା କରିଥିଲେ l ଏହିଅବସରରେ ଆୟୋଜିତ ମି ମୀନାବଜାର ବୁଲି ଲୋକେ ମଜା ଉଠାଉଥିବା ଦେଖିବାକୁ ମିଳିଛି l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button