Country

ବିପନ୍ନଙ୍କୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ ନବ ଗଠିତ ଚମ୍ପାପୁର ସ୍ବେଛାସେବୀ ସଙ୍ଗଠନ କୁ ମନ୍ତ୍ରୀ ଙ୍କ ପ୍ରୋତ୍ସାହନ


ବଡ଼ଚଣା ବ୍ଲକ ଚମ୍ପାପୁର ଅଞ୍ଚଳର ଚମ୍ପାପୁର ସ୍ବେଛାସେବୀ ସଙ୍ଗଠନ ତରଫରୁ ଚମ୍ପାପୁର ପଞ୍ଚାୟତ ଅନ୍ତର୍ଗତ ସାବୋ, ଗୋପୀନାଥପୁର, ଚମ୍ପାପୁର, ରଘୁଦାସ ପୁର ଆଦି ଅଞ୍ଚଳରେ ହୋଇ ଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଦ୍ବିପ୍ରହରରେ ଭାତ ଡାଲମା ଓ ରାତ୍ରି ରେ ପୁରୀ ସହିତ ତରକାରୀ ବଣ୍ଟନ କରା ଯାଇଥିଲା. ସଙ୍ଗଠନର ମୁଖ୍ୟ ପରିଚାଳକ ଅବିନାଶ ମିଶ୍ର ଙ୍କ ନେତୃତ୍ୱରେ ଯଥା ସମ୍ଭବ ଶୁଖିଲା ଖାଦ୍ୟ ସାମଗ୍ରୀ, ଚୁଡା, ଚିନି, ବିସ୍କୁଟ, କ୍ଷୀର ଏବଂ ବିଶୁଦ୍ଧ ପାନୀୟ ଜଳ ମୁଣ୍ଡା ସାହି, ବଗଉ,ପାରିଆ,ସମିଆ, କାଇମାଟିଆ ଏବଂ ବୈରୀ ପଞ୍ଚାୟତରେ ବଣ୍ଟନ କରାଯାଇଛି. ବାତ୍ୟା ସମୟରେ ସାଧାରଣ ଲୋକ ବାହାରକୁ ଯାଇ ପାରୁନଥିବା ବେଳେ ସ୍ବେଛାସେବୀ ମାନେ ନିଜ ଜୀବନକୁ ବାଜି ଲଗାଇ ଧନ ଜୀବନ ରକ୍ଷା କରିବାରେ ପ୍ରୟାସ କରିଥିଲେ. ବହୁ ବୃଦ୍ଧା, ରୋଗୀ, ଗର୍ଭବତୀ ଏବଂ ଗାଈ ଗୋରୁ ଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ରେସକ୍ୟୁ କରାଇ ଥିଲେ. ଚମ୍ପାପୁର ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ସ୍ବେଛାସେବୀ ତାପସ ବେହେରା, ଚିତ୍ତରଞ୍ଜନ ସ୍ୱାଇଁ, ଜିତେନ୍ଦ୍ର ସାହୁ ଏବଂ ନୀଳକଣ୍ଠ ସ୍ୱାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିଥିଲେ. ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ଆଇନୀଜୀବି ବିମଳ କେଶରୀ ଦାଶ ଙ୍କ ଦିଗଦର୍ଶନ ରେ ପ୍ରଶାସନ ସହିତ ମିଳିମିଶି ସ୍ବେଛାସେବୀ ମାନେ ବାତ୍ୟା ‘ଦାନା’ର ସଫଳ ମୁକାବିଲା କରିଥିଲେ. ଏପରି ସେବା କାର୍ଯ୍ୟ ପାଇଁ ମାନନୀୟ ଖାଦ୍ୟ ଓ ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ ଚମ୍ପାପୁର ସ୍ବେଛାସେବୀ ସଙ୍ଗଠନ କୁ ପ୍ରୋତ୍ସାହନ ଏବଂ ଟେଲିଫୋନ ଯୋଗେ ଧନ୍ୟବାଦ ପ୍ରଦାନ କରିଛନ୍ତି.

Related Articles

Back to top button