Country

ତିର୍ତ୍ତୋଲ କୁମାରଉତ୍ସବ ମୈଦାନରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ର ୬ଷ୍ଠ ତମ ବାର୍ଷିକ ଉତ୍ସବ !!

ତିର୍ତ୍ତୋଲ:-କଳାକୁ ନେଇ କଳାକାର !କଳାକାରକୁ ନେଇ ନବ ପ୍ରତିଭାର ବିକାଶ !ଅନେକ ଛୋଟବଡ ପିଲାଙ୍କୁ ନେଇ କଳା ସଂସ୍କୃତିକୁ ନୂଆ ରୂପ ଦେବାରେ ସକ୍ଷମ ହୋଇଥିବା ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ, ତାର ୬ଷ୍ଠ ବାର୍ଷିକ ସାଂସ୍କୃତିକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ କରିଛି !ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ କୁମାର ଉତ୍ସବ ସମିତି ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ, ଜିଲ୍ଲାସ୍ତରୀୟ କୈବର୍ତ୍ତ ମହାସଂଘର ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ବେହେରା !ମୁଖ୍ୟ ବକ୍ତା ଥିଲେ ଓଡ଼ିଶାର ବିଶିଷ୍ଠ ସଂସ୍କୃତି ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ !ସମ୍ମାନିତ ଅତିଥିଭାବେ ଜ୍ୟୋତିର୍ବିଦ ଡଃ. ଅରୁଣ କୁମାର ପାଣି, ନବକାକଳୀ ର ସମ୍ପାଦକ ସାହିତ୍ୟରତ୍ନ ଡଃ. ସୁରେନ୍ଦ୍ର ନାଥ ତ୍ରିପାଠୀ, ତିର୍ତ୍ତୋଲ କୁମାରଉତ୍ସବ ସମିତିର ପୂର୍ବତନ ଉପଦେଷ୍ଟା ଭାଗବତ ବିଶ୍ୱାଳ, ଯୋଗ ଦେଇଥିବା ବେଳେ,ବିଶିଷ୍ଠ ଅତିଥିଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର ଚନ୍ଦ୍ର ମହାନ୍ତି ଏବଂ ବରେଣ୍ୟ ଅତିଥିଭାବେ ତିର୍ତ୍ତୋଲ ଝଙ୍କଡ଼ ସାହିତ୍ୟ ସଂସଦ ର ସମ୍ପାଦକ ଝଙ୍କଡରତ୍ନ ଗୋଲେକ ବିହାରୀ ପଳାଇ,ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଦିନେଶ କୁମାର ରଥ, ଜାତୀୟ ଜୟଦେବ ସମ୍ମାନ ପ୍ରାପ୍ତ ଗୀତା ଶାସ୍ତ୍ରବିତ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ, ବାଙ୍ଗାଲୋର ଆବାସିକ ଇଞ୍ଜିନିୟରିଙ୍ଗ ଟ୍ରେନିଂ ସେଣ୍ଟର ର ନିର୍ଦ୍ଧେଶିକା ଦୁର୍ଗେଶ ନନ୍ଦିନୀ ଦାଶ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା !ସଭା ପ୍ରାରମ୍ଭରେ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି ଙ୍କ ବେଦଧ୍ୱନି ମଧ୍ୟରେ,ପ୍ରଦୀପ ପ୍ରଜ୍ବଳନ କରି, ଆମନ୍ତ୍ରିତ ଅତିଥି ମାନଙ୍କ ସହିତ ସଭା ଉଦଘାଟନ କରିଥିଲେ ଭାଗବତ ମହାଯଜ୍ଞ ର ରାଜ୍ୟ ସଭାପତି ବାବା ତପନ ମହାରାଜ ଜୀ ! ଋତୁପର୍ଣ୍ଣା ର କଳାକାର ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ ଗୋଲେକ ବିହାରୀ ପଳାଇ ଙ୍କ ସଭାପତିତ୍ୱରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଡଃ. ବସନ୍ତ ମଞ୍ଜରୀ ଦାସ !ସମ୍ପାଦକୀୟ ପାଠ କରିଥିଲେ ଋତୁପର୍ଣ୍ଣା ର ସମ୍ପାଦକ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ! ଏହି ଅବସରରେ ଋତୁପର୍ଣ୍ଣା ନାମକ ପତ୍ରିକା ଉନ୍ମୋଚନ କରାଯାଇଥିଲା !ଆଞ୍ଚଳିକ କବି ଓ କବୟିତ୍ରୀ ମାନଙ୍କୁ ନେଇ ସ୍ୱସ୍ବ ରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ପ୍ରତିଭା ଅନ୍ୱେଷଣ “ଋତୁପର୍ଣ୍ଣା ମହ୍ଲାର ” ପୁରସ୍କାର ପ୍ରଦାନ କରାଯାଇଥିଲା !ଏହି ସମସ୍ତ କାର୍ଯ୍ୟରେ ସଂଯୋଜିକା କାର୍ଯ୍ୟ ତୁଲାଇଥିଲେ ଝଙ୍କଡକନ୍ୟା ସବିତା ନାୟକ, ସାହିତ୍ୟିକା ପ୍ରତିଭା ମିଶ୍ର, ଓ କଣ୍ଠଶିଳ୍ପୀ ମାନସୀ ପ୍ରଭା ସ୍ୱାଇଁ !ସମ୍ବର୍ଦ୍ଧନା ର ଉପସ୍ଥାପିକା ଓ ଉପସ୍ଥାପକ ଥିଲେ ବସନ୍ତ ମଞ୍ଜରୀ ଦାସ, ଦିଗମ୍ବର ରାଉତ !ସଭାପତି ଙ୍କ ଅଭିଭାଷଣ ପରେ ଧନ୍ୟବାଦ ଅର୍ପଣ କରିଥିଲେ ଝୁଲରାମ ଦାସ !ଅନ୍ୟ ମାନଙ୍କ ମଧ୍ୟରେ ବାସବ ନନ୍ଦ, ହେମନ୍ତ ନାୟକ, ଆଇନୀଜୀବୀ ମଞ୍ଜୁଲତା ରାଉତ,ଗଣମାଧ୍ୟମ ପ୍ରତିନିଧି ମାନେ,ବରିଷ୍ଠ ଓ କନିଷ୍ଠ କବି କବୟିତ୍ରୀ ମାନେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ !!

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button