Education

ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପୁର୍ବ ଛାତ୍ରଛାତ୍ରୀ ଆଚାର୍ଯ୍ୟ ଏକତ୍ରୀକରଣ କାର୍ଯ୍ୟକ୍ରମ

କଣ୍ଟାମାଳ: -୧୬/୧୦:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଭାପତି ଦିଗାମ୍ବର ସାହୁ ଙ୍କ ଅଧ୍ୟକ୍ଷତା ରେ ପୂର୍ବ ଛାତ୍ର ଛାତ୍ରୀ ଓ ଆଚାର୍ଯ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡିଶାର ବୌଦ୍ଧ ଜିଲ୍ଲା ପ୍ରମୁଖ କlର୍ତ୍ତିକେଶ୍ଵର ବେହେରା ଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କଣ୍ଟାମାଳ ସଙ୍କୁଳ ପ୍ରମୁଖ ତଥା ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ କୁମାର ବିଶି ଉପସ୍ଥିତ ରହି ସ୍ବାବଲମ୍ବୀ ଭାରତ ଗଠନ ରେ ପୂର୍ବଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥିଭାବେ କଣ୍ଟାମାଳ ସଙ୍କୁଳ ସଂଯୋଜକ ଭଗବାନ ମନହିରା , ବିଦ୍ୟୁତ୍ ପରିଷଦ ସଭାପତି ଦୁର୍ଗାଚରଣ ଚାଉଳିଆ , ବିଦ୍ୟୁତ ପରିଷଦ ସମ୍ପାଦକ ଛବିଚନ୍ଦ୍ର ଗୁରୁ , ସଦସ୍ୟା ଲକି ସାହୁ ଉପସ୍ଥିତ ରହିଥିଲେ ।ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ବୌଦ୍ଧିକ ପ୍ରମୁଖ ସନ୍ଧ୍ୟାରାଣୀ ମନହିରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂର୍ବଛାତ୍ର ପରିଷଦ ଗଠନ କରାଯାଇଥିଲା ଓ ଶିଶୁ ଭଉଣୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ୭୦ ଜଣ ପୂର୍ବ ଛାତ୍ରଛାତ୍ରୀ ଭାଇ ଭଉଣୀ ୩ ଜଣ ପୂର୍ବ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ । କୋଷାଧ୍ୟକ୍ଷ ମନ୍ଦରଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମେ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିଚୟ ପ୍ରଦାନ ସହ ଅନୁଷ୍ଠାନ ପ୍ରତି ନିଜର କର୍ତ୍ତବ୍ୟ ଏବଂ ଉନ୍ନତି ପାଇଁ ଆଲୋଚନା ହୋଇଥିଲା। ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ , ରୋଶନ ସାହୁ , ନେପାଳ ପ୍ରଧାନ , ରାଜକୁମାର ରଣା ଆଚାର୍ଯ୍ୟl ,ଝରଣା ପ୍ରଧାନ , ମମିତା ରଣା , ବେଦମତି କୁଦେଇ ,ସୁରୁସୂତା ଭୋଇ ସ୍ୱାଗତିକା ନାଗ ସହଯୋଗ କରିଥିଲେ। ପରିଚାଳନା ସମିତି କାର୍ଯ୍ୟକର୍ତ୍ତାଙ୍କ ସହ କେତେକ ଅଭିଭାବକ ଉପସ୍ଥିତ ରହି ଉତ୍ସlହିତ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁକ୍।

Related Articles

Back to top button