Country

ଦଶହରା ଅବସରରେ କୃଷ୍ଣପ୍ରସାଦ ଗ୍ରାମରେ ପାଇକ ମାନଙ୍କର ଯୁଦ୍ଧ କୌଶଳ ପ୍ରଦର୍ଶନ 

 

ଢେଙ୍କାନାଳ ସଦର ବ୍ଲକ ଧୀରପାଟଣା ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପ୍ରସାଦ ଗ୍ରାମରେ ଦୀର୍ଘ ବର୍ଷ ହେଲା ପାଇକ ମାନଙ୍କର ଯୁଦ୍ଧ କୌଶଳ ଗଦାଧର ଜେନା ଓ ସଦାଶିବ ଜେନାଙ୍କ ମିଳିତ ତତ୍ୱାବଧାନରେ ଗ୍ରାମର ଯୁବକ ମାନେ ପ୍ରଦର୍ଶନ କରିଥିଲେ l ରାଜରାଜୁଡ଼ା ଶାସନ ସମୟରେ ଏହି ପାଇକ ମାନଙ୍କୁ ବିଭିନ୍ନ ରଣ କୌଶଳ ଶିକ୍ଷା ପ୍ରଦାନ କରାଯାଉଥିଲା l ଏଥିରେ ରବି ପୁହାଣଙ୍କ ଖଣ୍ଡା ତଲଵାର, ଢାଲ, ପ୍ରମୋଦ ପୁହାଣଙ୍କ ମଲ୍ଲ ଯୁଦ୍ଧ, କୁସ୍ତି ଯୁଦ୍ଧ, ପଥର ହମ୍ମର, ମୁଷଳ କାଠ ହମ୍ମର, ମଶାଲ, ବଳରାମ ସ୍ୱାଇଁଙ୍କ ଗଦା, ଫାର୍ଷା, ଛୁରୀ, ଠେଙ୍ଗା ଇତ୍ୟାଦି ବ୍ୟବହାର କରାଯାଇଥିଲା l ପିଢ଼ି ପରେ ପିଢ଼ି ଏହି ଯୁଦ୍ଧ କୌଶଳ ପ୍ରଶିକ୍ଷଣ ଚାଲିଆସିଛି l ଏବେର ଯୁବପିଢ଼ି ଏହି କୌଶଳକୁ ଆପଣେଇଛନ୍ତି ଏବଂ ଗ୍ରାମରେ ପ୍ରତି ବର୍ଷ ପରି ପ୍ରଦର୍ଶନ କରିଛନ୍ତି l ଏପରିକି ସମୀର ପାତ୍ରଙ୍କ ଉପରେ ମୋଟର ସାଇକେଲ ଚଢ଼ାଉ ଅନ୍ୟତମ ଥିଲା l ଗ୍ରାମ ପାଇକ ଯୁବକ ମାନଙ୍କ ମଧ୍ୟରେ ସୁଦର୍ଶନ ପାତ୍ର, ଜିତେନ୍ଦ୍ର ଜେନା, ଦିଲ୍ଲୀପ ଜେନା, ଦୀପ୍ତି ରଞ୍ଜନ ଜେନା, ଋତୁପର୍ଣ୍ଣା ଜେନା, ବ୍ରହ୍ମାନନ୍ଦ ଜେନା, ନୁରୀ ଜେନା, ଗାଲେଖ ବିହାରୀ ଜେନା, ପ୍ରସନ୍ନ ମାଝୀ ପ୍ରମୁଖଙ୍କ ସହିତ ଅନେକ ଯୁବକ ଅଂଶ କରିଥିଲେ l ମା’ ମଙ୍ଗଳା ପାଇକ ଆଖଡ଼ା ପକ୍ଷରୁ ଏହି କାର୍ଯ୍ୟକ୍ରମ ହୃଦାନନ୍ଦ ଜେନା, ପ୍ରହ୍ଲାଦ ଜେନା, ବୈରାଗୀ ପାତ୍ର ଏବଂ ଅବସର ପ୍ରାପ୍ତ ସୈନିକ ରତିରଞ୍ଜନ ଜେନା ପରିଚାଳନା କରିଥିଲେ 

Report -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ 

 

Related Articles

Back to top button