ନବରାତ୍ରର ଷଷ୍ଠୀ ଓ ସପ୍ତମୀ ପୂଜାରେ ମା’ଶାରଳା ଙ୍କ ମହିଷାମର୍ଦ୍ଦିଁନୀ ବେଶ

ତିର୍ତ୍ତୋଲ ::-“ନମସ୍ତେ ରୁଦ୍ରରୂପିଣୟୀ, ନମସ୍ତେ ମଧୁମର୍ଦ୍ଦିନୀ°, ନମଃ କୈଟଭହାରିଣୟୀ, ନମସ୍ତେ ମହିଷାମର୍ଦ୍ଦିନୀମ୍ !!”ଦୁର୍ଗତିନାଶିନୀ ମା’ଦୁର୍ଗାଙ୍କର ନବରାତ୍ରି ପୂଜାରେ ବିଶେଷକରି ଷଷ୍ଠୀ, ସପ୍ତମୀ ଓ ମହାଷ୍ଟମୀ ରେ ଆୟୋଜିତ ହୁଏ ମୁଖ୍ୟ ପୂଜା !ଦୁଷ୍ଟନାଶିନୀ, ଦର୍ପଦଳିନୀ, ମହିଷାସୁର ମର୍ଦ୍ଦିନୀ ରୂପରେ ଶୋଭାବର୍ଦ୍ଦନ କରନ୍ତି ମା’ଦୂର୍ଗା !ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଝଙ୍କଡ ପ୍ରଗଣାରେ ବିଜେ ମା’ଶାରଳାଙ୍କ ଶକ୍ତିପୀଠ !ଏହି ଠାରେ ପାଳନ ହୁଏ ଶାରଦୀୟ ପାର୍ବଣର ଷୋଡଶ ଉପଚାର ପୂଜା !ଏହି ପୂଜାବିଧି ସେପ୍ଟେମ୍ବର ମାସ ୨୪ ତାରିଖ ମଙ୍ଗଳବାର ମୂଳାଷ୍ଟମୀ ଠାରୁ ଶୁଭାରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲୁ ଥିବା ବେଳେ,ମୁଖ୍ୟତଃ ଶାରଦୀୟ ପାର୍ବଣ ପୂଜା, ନବରାତ୍ରର ଷଷ୍ଠ ଦିନରେ ମା’ଙ୍କର ପୀଠରେ ଷଷ୍ଠୀ ଓ ସପ୍ତମୀ ପୂଜା ଉପଲକ୍ଷେ,ସନ୍ଧ୍ୟା ସମୟରେ ମା’ଶାରଳା ଙ୍କ ଅପୂର୍ବ ଓ ମନୋରମ ମହିଷାମର୍ଦ୍ଦିଁନୀ ବେଶ ଦର୍ଶନ କରିବା ପାଇଁ, ପ୍ରବଳ ଭକ୍ତ ସମାଗମ ପରିଲକ୍ଷିତ ହୋଇଥିଲା।ରାତ୍ର ୧୦ଟା ସମୟରେ ସମ୍ପୂର୍ଣ୍ଣ ସୁନାବେଶ ରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ମା’ଶାରଳା ଙ୍କ ଦର୍ଶନ ଲାଭ କରିଥିଲେ। ବଡ଼ସିଂହାର ଓ ଷୋଡଶ ଉପଚାର ପୂଜା ପରେ,ମା’ଙ୍କର ଚଳନ୍ତି ବିଜେ ପ୍ରତିମା ଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ, ବଡ ଶାରୋଳ ଗ୍ରାମସ୍ଥିତ ଲଣ୍ଡାଦେଉଳ ଚରଖି ପଡ଼ିଆ,ପୂଜାମଣ୍ଡପ ରେ ବିଜେ କରାଯାଇ,ପୂଜାର୍ଚ୍ଚନା ଓ ଆଳତୀ ସରିବାପରେ ସ୍ଵପୀଠ କୁ ପ୍ରତ୍ୟାବର୍ତ୍ତନ କରିଥଲେ ! ଏହି ଦାଣ୍ଡଯାତ୍ରା ବା ନଗର ପରିକ୍ରମା ପର୍ବ ପୁର୍ବରୁ, ମାଆଙ୍କ ମନ୍ଦିର ରୁ ବଡ଼ପଣ୍ଡା ଙ୍କ ଦ୍ଵାରା ଅଂଜ୍ଞାମାଳ ପ୍ରାପ୍ତ ହୋଇ କାଳୀକା ନୃତ୍ୟ ବାହାରି,ତ୍ରିବାର ବେଢ଼ା ପରିକ୍ରମା କରିବା ପରେ, ସିଂହଦ୍ବାର ସମ୍ମୁଖରେ, ବିମାନ ଆରୋହଣ କରିଥିବା ମାଆଙ୍କ ଆଗରେ ଓ ଦୋଳ ମଣ୍ଡପ ର ଚତୁଃପାର୍ଶ୍ଵ ରେ ପରିକ୍ରମା କରି, ମାଆ ଙ୍କ ବିମାନ ପ୍ରାଚୀନ ପୀଠସ୍ଥଳୀ ଅଭିମୁଖେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅଗ୍ରସର ହୋଇଥଲା।ଏହି ସମସ୍ତ ସାର୍ବଜନୀନ ମାତୃକାର୍ଯ୍ୟରେ ଶ୍ରଦ୍ଧାଳୁ ମାନେ ଭାଗନେଇ ଥିଲେ !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!