Education

ଉଦ୍ଭିଦ ବିଜ୍ଞାନ ବିଭାଗ ରେ ସ୍ବାଗତ ଉତ୍ସବ ଏବଂ ଆଲୋଚନା ଚକ୍ର

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ରେ ଆଜି ନୂତନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ଵାଗତ ସମାରୋହ ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପୁରାତନ ଛାତ୍ର ଛାତ୍ରୀ ମାନେ ଫୁଲ ଚନ୍ଦନ ଦ୍ବାରା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ l ବିଭାଗୀୟ ମୂଖ୍ୟ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ଏହି ସମାରୋହରେ ସଭାପତିତ୍ବ କରି ଉଦ୍ଭିଦ ବିଜ୍ଞାନ ବିଭାଗ ର ଇତିହାସ ଏବଂ ନିକଟ ଅତୀତ ରେ ବିଭାଗ ଦ୍ୱାରା କରାଯାଇଥିବା ଗବେଷଣା କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା ସହ ବୃକ୍ଷ ସୁରକ୍ଷା ପାଇଁ ବିଶ୍ଵ ରେକଡ୍, ଚଳିତ ବର୍ଷ +୩ ବିଜ୍ଞାନ ରେ ଛାତ୍ର ଜିତେନ୍ଦ୍ର ସାହୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ରେ ପଞ୍ଚମ ସ୍ଥାନ ଗ୍ରହଣ, ଗବେଷଣା ପାଇଁ ଆନ୍ତର୍ଜାତିକ ସମ୍ମାନ , ବୃକ୍ଷ ରୋପଣ କାର୍ଯ୍ୟ ପାଇଁ ପ୍ରକୃତି ମିତ୍ର ପୁରସ୍କାର ଏହି ବିଭାଗ ର ଉଲ୍ଲେଖନୀୟ ଉପଲବ୍ଧି ବୋଲି ଅବଗତ କରିଥିଲେ l ମୁଖ୍ୟ ଅତିଥି ଭାବରେ ପରିବେଶବିତ୍ ତଥା ବରିଷ୍ଠ ଅଧିବକ୍ତା ସୁଧୀର କର୍ଣ୍ଣ ଯୋଗଦେଇ ବୃକ୍ଷ ର ଅବଦାନ, ଏହାର ଆବଶ୍ୟକତା ଏବଂ ଜଳବାୟୁ ପରିବର୍ତ୍ତନ ରୋକିବାରେ ସହାୟକ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରତିବର୍ଷ ଜିଲ୍ଲାସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ରେ ମହାବିଦ୍ୟାଳୟ ର ଏହି ଉଦ୍ଭିଦ ବିଜ୍ଞାନ ବିଭାଗ ର ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ ଦେଇଥିଲେ l ଅଧ୍ୟlପିକl ଅମ୍ରିତା ମହାପାତ୍ର ଉଦ୍ଭିଦ ବିଜ୍ଞାନ ପଢ଼ିବାରେ କଣ ସବୁ ଲାଭ ରହିଛି ସେ ବିଷୟରେ ଆଲୋଚନା କରିଥଲେ l ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଅଧକ୍ଷ ନିରଞ୍ଜନ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ପ୍ରଦାନ କରିଥଲେ l ଛାତ୍ର ଛାତ୍ରୀ ମାନେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ l ଶ୍ରେଷ୍ଠ ନବାଗତ ଛାତ୍ର ଭାବେ ଆଶିଷ ନାୟକ ଏବଂ ଶ୍ରେଷ୍ଠ ନବାଗତl ଛାତ୍ରୀ ଭାବେ ସ୍ନେହମୟୀ ତରିଆ ଙ୍କୁ ପୁରସ୍କୃତ କରାଯାଇ ଥିଲା l ମୋନାଲିସା ଆତ୍ମଦର୍ଶିନି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପାର୍ଥସାରଥୀ ମିଶ୍ର, ରାଜାରାମ ପାତ୍ର, ହରେକୃଷ୍ଣ କର୍ଣ୍ଣ, ତନୋଜ ଗାଇଗୌରିଆ, ସିଦ୍ଧାନ୍ତ ଅମାତ, ପ୍ରଜ୍ଞା ପ୍ରଯୋଜିତl ମିଶ୍ର ବହୁ ସହଯୋଗ କରିଥିଲେ l

Related Articles

Back to top button