Education
ହରଭଙ୍ଗା କଲେଜରେ ପିତାମାତା ଅଧ୍ୟାପକ ମାନଙ୍କ APAAR ID ପ୍ରସ୍ତୁତି ବୈଠକ ।


ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତଙ୍କ ପୌରହିତ୍ବରେ ଅଧ୍ୟାପକ –ପିତାମାତା ଓ ଅଭିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କର APAAR ID ପ୍ରସ୍ତୁତି ନିମନ୍ତେ ସରକାରୀ ନିୟମାବଳୀ ଅନୁଯାୟୀ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବରିଷ୍ଠ ଅଧ୍ୟାପକ ସୁଦାମ ଚରଣ ପୃଷ୍ଟି ପ୍ରାରମ୍ଭିକ ସୂଚନା ସହିତ ଅଭିଭାବକ ମାନଙ୍କୁ ସ୍ଵାଗତ କରିଥିଲେ । ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତ ଏ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ କର୍ମଚାରି ସମେତ ତିନିଶହ ଜଣ ପିତାମାତା ଓ ଅଭିଭାବକ ଯୋଗଦାନ କରିଥିଲେ । ସମସ୍ତ ଅଭିଭାବକ ମାନେ APAAR ID ପ୍ରସ୍ତୁତି ନିମନ୍ତେ ଏକ ନିର୍ଦ୍ଧିଷ୍ଟ ଫର୍ମ ପୂରଣ କରିଥିଲେ । ପରିଶେଷରେ ଅଧ୍ୟାପିକା ସସ୍ମିତା ହଂସଦା ଧନ୍ୟବାଦ ଅର୍ପଣ କରିଥିଲେ ।




