Education

କଣ୍ଟାମାଳ ହାଇସ୍କୁଲରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

କଣ୍ଟାମାଳ: – ୩୦ /୯:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କଣ୍ଟାମାଳ ପଂଚାୟତ ସମିତି ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ନେଇସାମୁହିକ ବିକାଶ ତଥା ସେମାନଙ୍କର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ, ଦକ୍ଷତା ବୃଦ୍ଧି ଏବଂ ବ୍ୟକ୍ତିତ୍ୱର ବିକାଶ ପାଇଁ ଏକ ପ୍ରତିଯୋଗୀତାମୂଳକ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ସମୁଦାୟ ୯୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ସେମାନଙ୍କ ମଧ୍ୟରୁ
ଜୁନିୟର ବିଭାଗ ଓ ସିନିଅର ବିଭାଗରେରେ ଚିତ୍ରାଙ୍କନ, ତର୍କ, ସ୍ଲୋଗାନ ଆଦି ପ୍ରତିଯୋଗିତା ହୋଇଥିଲା। ସେମାନଙ୍କ ମଧ୍ୟରୁ
୧୮ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଥିଲେ ସେମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମରେ
ମୂଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠି, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଗା ଚରଣ ପ୍ରଧାନ, ସିଆରସିସି ସୁଶାନ୍ତ କୁମାର ଭୋଇ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପ୍ରଧାନ ଯୋଗଦେଇ ସ୍ୱଛତା ହିଁ ସେବା ଉପରେ ବକ୍ତବ୍ୟ ରଖିଥିଲେ l ବିଆରସି ଅର୍ଜୁନ ଦାସ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ l କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀକାର୍ଯ୍ୟକ୍ରମ କୁ ସହଯୋଗ କରି ଥିଲେ l ଅତିଥି ମାନଙ୍କ ଦ୍ଵାରା କୃତୀ ପ୍ରତିଯୋଗୀ ମାନଙ୍କୁ ବ୍ଳକ ତରଫରୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା l

Related Articles

Back to top button