Education
ସାଇଲୋ ଗୋବିନ୍ଦପୁର ନୋଡାଲ ଉଚ୍ଚବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ


କଣ୍ଟାପଡ଼ା ବ୍ଳକର ସାଇଲୋ ଗୋବିନ୍ଦପୁର ନୋଡାଲ ଉଚ୍ଚବିଦ୍ୟାଳୟରେ ଗୋବିନ୍ଦପୁଇକ୍ଳଷ୍ଟରରେ ୮ଟି ସ୍କୁଲର ପିଲାମାନଙ୍କ ମଧ୍ୟରେ ସୁରଭି କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ପରିଷରରେ ୮ଟି ସ୍କୁଲର ପ୍ରତିଭା ପ୍ରତିଯୋଗୀପିଲାମାନେ ପ୍ରତିଯୋଗିତାରେ ଭାଗନେଇଥିଲେ ।୮ବର୍ଷ ହେଲା ଏହି ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ପ୍ରତିଯୋଗିତା ହୋଇ ଆସୁଛି।ଛୋଟଛୋଟ ପ୍ରତିଭାମାନଙ୍କୁ ନେଇ ବିଭିନ୍ନ ପ୍ରକାରର ନାଚ, ଗୀତସାଙ୍ଗକୁ ସୁନ୍ଦର ଅଭିନୟ ଦର୍ଶକଙ୍କୁ ମନମୁଗ୍ଧ କରିବାର ଦେଖିବାକୁ ମିଳିଥିଲା । ଏଥିରେ ସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କର ବିଶେଷ ଅବଦାନ ରହିଥିଲା ।
କଣ୍ଟାପଡାରୁ ରିପୋର୍ଟ ପୁଷ୍ପଲତା ସମର୍ଥ ନିୟୁଜ-ଓଡ଼ିଶା




