Education

ରିଷିଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ୨୦୨୪

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ତା.୨୮.୦୯.୨୦୨୪ରିଖ ସକାଳ ଦଶ ଘଣ୍ଟା ସମୟରେ ସ୍ଥାନୀୟ ରିଷିଗାଁ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈକୁଣ୍ଠ ବେମାଲଙ୍କ ନେତୃତ୍ୱରେ ରିଷିଗାଁ କ୍ଲଷ୍ଟର ଅଧୀନସ୍ଥ ସମସ୍ତ ବିଦ୍ୟାଳୟ କୁ ନେଇ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଏ.ବି.ଇ.ଓ. ହୃଷିକେଶ ନାଏକ,ସମ୍ମାନିତ ଅତିଥି ରିଷିଗାଁ ସରପଞ୍ଚ ବିନୋଦିନି ବେହେରା, ରିଷିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମହାନ୍ତି ,ବରିଷ୍ଠ ଶିକ୍ଷୟତ୍ରୀ ସୁବସିନୀ ପାଣିଗ୍ରାହୀ,ବିଷ୍ଣୁପ୍ରିୟା ପ୍ରଧାନ ପ୍ରମୁଖ ମଞ୍ଚସିନ ହୋଇ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ।ପରେ ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ପୁରସ୍କାର ବିତାରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ ,ବି.ଆର.ସି. ସି.ଜୟକୁମାର ମାଝୀ, ପ୍ରଧାନ ଶିକ୍ଷକ ଶ୍ରୀନିବାସ ସେନାପତି.ଅନିତା ମହାନ୍ତି,ସି. ଆର. ସି.ସି.ବୈକୁଣ୍ଠ ବେମାଲ ଆୟୋଜିତ ସଭାକୁ ଶିଶୁ ମହୋତ୍ସବ ସୁରଭି ର ଉଦେଶ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରି କୃତି ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ପୂର୍ବକ ପୁରସ୍କୃତ କରିଥିଲେ।ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଦଳଗତ ନୃତ୍ୟ ପ୍ରତିଯୋଗିତା ଶହଶହ ଲୋକଙ୍କ ଭିଡ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହ ପ୍ରଦାନ କାରିଥିଲା। ରିଷିଗାଁ ଉଚ୍ଚ ବିଦ୍ୟାଳୟର ସୁବ୍ୟବସ୍ଥା ସମସ୍ତଙ୍କ ଦ୍ଵାରା ଉଚ୍ଚ ପ୍ରସନସିତ ହୋଇଥିଲା।ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମିଳିତ ସହଯୋଗରେ ସମସ୍ତ କଯ୍ୟ ସମ୍ପାଦିତ ହୋଇଥିଲା। ଶେଷରେ ସମସ୍ତ କାର୍ଯ୍ୟର ସୁସଫଳତା ପାଇଁ ସି.ଆର. ସି.ସି. ଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟ କ୍ରମର ସମାପନ ହୋଇଥିଲା। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button