Education

ଶିଶୁ ମହୋତ୍ସବ ସୁରଭି 2024

ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଛତିଆ ରେ କ୍ଳ ଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି, ବଡ଼ଚଣା ଶିକ୍ଷା ମଣ୍ଡଳର ଛତିଆ ଇଛା ନଗର ପାଟଣା କ୍ଳ ଷ୍ଟର ଅଧୀନ ରେ ରହିଥିବା 17ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ,ମଂଚାସୀନ ବିଚାରକ ମାନେ Ivant ଗୁଡିକର ମୂଲ୍ୟାଙ୍କନ କରିଥିଲେ,ମୋଟ 15ଟି Ivant ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ସିନିଅର ବର୍ଗ ରୁ 7ଜଣ ଜୁନିଅର ବର୍ଗ ରୁ 7ଜଣ ଓ ଦଳ ଗତ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଛତିଆ ହାଇସ୍କୁଲ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟ କ୍ରମ ରେ ଭାଗ ନେବା ପାଈଁ ଚୟନ କରାଯାଇଥିଲା,ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା,ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବ ରେ CRCC କୀର୍ତ୍ତିଚନ୍ଦ୍ର ମହାନ୍ତିମଞ୍ଚ ପରିଚାଳନା କରିଥିଲେ, ଶିକ୍ଷାବିତ ଅଶୋକ କୁମାର ମହାନ୍ତି ମୁଖ୍ୟ ବକ୍ତା ଓ ସ୍ଥାନୀୟ ସରପଞ୍ଚ ରମେଶ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ,, ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ପର୍ଶୁକାନ୍ତ ଜେନା ପୂର୍ବତନ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ ରତ୍ନ ପ୍ରଭା ବିଶ୍ୱାଳ ପୂର୍ବତନ CRCC ରଶ୍ମିତା ମହାନ୍ତି ବିଦ୍ୟାଳୟ ର ବରିଷ୍ଟ ଶିକ୍ଷକ ଅଶୋକ ପୃଷ୍ଟି ପରିଚାଳନା କମିଟି ସଭାପତି ଅକ୍ଷୟ ପଣ୍ଡା ଉପ ସଭାନେତ୍ରୀ ସାବିତ୍ରୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ପୂର୍ବତନ CRCC ରଶ୍ମି ରଞ୍ଜନ ଷେଣ୍ଢ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜୟିନୀ ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ, ଶିକ୍ଷକ ମାନସ ଦାସ ବିଭୁତି ଭୂଷଣ ସାହୁ ମିନା କୁମାରୀ ଜେନା ନାରାୟଣ ଚନ୍ଦ୍ର ପ୍ରଧାନ ଅରବିନ୍ଦ ମହାନ୍ତି ରସାନନ୍ଦ ନାୟକ ପ୍ରମୁଖ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ,

Related Articles

Back to top button