Education

ନବନିର୍ବାଚିତ କଣ୍ଟାମାଳ ବିଧାୟକଙ୍କୁ ଘଣ୍ଟାପଡ଼ା ଡିଗ୍ରୀ କଲେଜ ପକ୍ଷରୁ ଭବ୍ୟ ସ୍ଵାଗତ ବିଧାୟକ ଆସିଲେ, ଛାତ୍ରଛାତ୍ରୀଙ୍କ ସହ ଗପିଲେ,ସେଲ୍‌ଫିନେଲେ ଓ ଏକାଠି ମଧ୍ୟାହ୍ନ ଭୋଜନ କଲେ । ଛାତ୍ରଛାତ୍ରୀ ଏକଦମ୍ ଖୁସ ।

କଣ୍ଟାମାଳ,୨୬/୯:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କୁ ଘଣ୍ଟାପଡ଼ା ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ଭବ୍ୟ ସ୍ଵାଗତ କରାଯାଇଥିଲା। କଲେଜର ପରିଚାଳନା କମିଟି ଓ କଲେଜ କର୍ମଚାରୀ, ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା ସଭାରେ କମିଟି ସଭାପତି କାର୍ତ୍ତିକେଶ୍ଵର ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଘଣ୍ଟାପଡ଼ା ଭଳି ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳରେ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରି ଡିଗ୍ରୀ କଲେଜ ଶିକ୍ଷାନୁଷ୍ଠାନ ଖୋଲିଥିବା ଶିକ୍ଷା ପ୍ରେମୀଙ୍କୁ ସେଲ୍ୟୁଟ ସହ ବହୁତ ପ୍ରଶଂସା କରିଥିଲେ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନକୁ ସରକାରୀ ମାନ୍ୟତା ପାଇଁ ଓଡ଼ିଶା ସରକାରଙ୍କ ପାଖରେ ଆପତ୍ତି ଅଭିଯୋଗ କରିବା ସଂଗେ ସଂଗେ ନିଜସ୍ଵ ଉଦ୍ୟମରେ ଅନେକ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ, ଶିକ୍ଷାବିତ ନିଳାଚଳ ଭୋଇ, ସମାଜସେବୀ ପିନାକଧର ରଣା, ଅନିଲ ପ୍ରଧାନ, ଡମ୍ବରୁଧର କହଁର, ପରିଚାଳନା କମିଟୀ ସଦସ୍ୟ ରସୁଲ ଖାଁ, ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ ସାହୁ ଓ କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ ମଞ୍ଚାସିନ ଥିଲେ। ପ୍ରଥମେ ବିଧାୟକ ଶ୍ରୀ ଡାଙ୍ଗଙ୍କୁ କଲେଜ ଗେଟରୁ ଫୁଲ ଚନ୍ଦନ ଦେଇ ବିରାଟ ପଟୁଆରରେ ସଭା ସ୍ଥଳୀକୁ ପାଛୋଟି ନେବାପରେ ସଭାକାର୍ଯ୍ୟ କରାଯାଇଥିଲା। କଲେଜ ଅଧ୍ୟକ୍ଷ ଶ୍ରୀଦେହୁରୀ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଦେବେନ୍ଦ୍ରନାଥ ରଣା ଧନ୍ୟବାଦ ଦେଇଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସମସ୍ତ କାର୍ଯ୍ୟରେ ପରିଚାଳନା କମିଟୀର ସଦସ୍ୟ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button