ବ୍ଲକ ସ୍ତରୀୟ ସାଇନ୍ସ ସେମିନାର


ବଡ଼ଚଣା ବ୍ଲକ ଅଧୀନ ି ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ବ୍ଲକ ସ୍ତରୀୟ ସାଇନ୍ସ ସେମିନାର ଅନୁଷ୍ଠିତ ହୋଇଯାଇ ଅଛି,25ଟି ବିଦ୍ୟାଳୟ ରୁ ମୋଟ 25ଜଣ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ,କୁତ୍ରିମ ବୁଦ୍ଧି ମତା -ସମ୍ଭାଵ୍ୟତା ଓ ପ୍ରଯୁକ୍ତି ବିଷୟ ଉପରେ ସେମିନାର ଚାଲିଥିଲା, ମୁଖ୍ୟ ସଂଯୋଜକ ବିଜ୍ଞାନ ଶିକ୍ଷକ ରସାନନ୍ଦ ନାୟକ ସଂଯୋଜକ ସୁପ୍ରଭା ମଞ୍ଜରୀ ନାଥଓ ମମତା ରାଉତ ଏହାକୁ ପରିଚାଳନା କରିଥିଲେ, ଛତିଆ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ର ଅଧକ୍ଷପ୍ରଫେସର ଶ୍ରୀଯୁକ୍ତ ମନୋଜ ମିଶବରିଷ୍ଠ ୍ର ଅଧ୍ୟାପକ ପ୍ରଦୀପ୍ତ ବରାଳ ବିଚାରକ ଭାବେ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ, ପ୍ରଧାନ ଶିକ୍ଷକ ପର୍ଶୁକାନ୍ତ ଜେନା ସଭାପତିତ୍ୱ ରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା,ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା, ତନ ମଧ୍ୟରୁ ଦର୍ପଣ ଗଡ଼ ଲାଲବାହାଦୁର ହାଇସ୍କୁଲ ର ନବମ ଶ୍ରେଣୀ ଛାତ୍ରୀ ଇପ୍ସିତା ସାହୁ ପ୍ରଥମ ସ୍ଥାନ ହାସଲ କରି ନିଜ ବିଦ୍ୟାଳୟ ର ଗୌରବ ବର୍ଦ୍ଧନ କରିଛନ୍ତି, ସମରେଶ୍ୱର ହାଇସ୍କୁଲ ସାଉଡ଼ିଆ ର ମିଥିଲେସ ପରିଡା ଦ୍ୱିତୀୟ, ଏମଭି ବିଦ୍ୟାୟନ ବଡ଼ଚଣା ର ସନ୍ଦୀପ କୁମାର ସାହୁ ଓ ସିଦ୍ଧ ମହାପୁରୁଷ ହାଇସ୍କୁଲ ଭରତପୁର ର ଜୋସନାରାଣୀ ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି,କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲାଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା, ଉକ୍ତ ପୁରସ୍କାର ବିତରଣୀ ଉତ୍ସବ ରେ ନରେନ୍ଦ୍ର କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେବରିଷ୍ଠ ଶିକ୍ଷକ ଅଶୋକ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ,ବିଜ୍ଞାନ ଶିକ୍ଷକ ସ୍ମୃତି ରଞ୍ଜନ ଆଚାର୍ଯ୍ୟ ବ୍ରଜ କିଶୋର ବିଶ୍ୱାଳ ବସନ୍ତ କୁମାର ପ୍ରଧାନ ଚିନ୍ମୟ ଧଳଓ ଛତିଆ ହାଇସ୍କୁଲ ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ପଣ୍ଡା ତଥା ସମସ୍ତ ସଭ୍ୟ /ସଭ୍ୟା ଶିକ୍ଷକ/ ଶିକ୍ଷୟତ୍ରୀ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ,




