ବ୍ଲକ ସ୍ତରୀୟ କୁଇଜ଼ ପ୍ରତିଯୋଗିତା ପାଳିତ ହୋଇଯାଇଛି l


ଖୋର୍ଦ୍ଧା ଆଦ୍ୟ ତା ୨୦/୦୯/୨୪ ରିଖ ଶୁକ୍ରବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ,ବାଲୁଗାଁ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭୀଯାନ ୨୦୨୪-୨୫ ତରଫରୁ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରତିଯୋଗିତାରେ ପ୍ରାତଃ ୧୦ ଘଟିକା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲୁଗାଁ ର ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଆନୁଷ୍ଠାନିକ ଭାବରେ ଉଦ୍ ଘାଟନ କରିଥିଲେ।ଉଦ୍ ଘାଟନ ପରେ ଚିଲିକା ବ୍ଲକର ପ୍ରାୟ ୩୦୦ ଛାତ୍ରଛାତ୍ରୀ ମାନଙ୍କମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା।ଅଭିଜ୍ଞ ବିଜ୍ଞାନ ଶିକ୍ଷକମାନେ ଉକ୍ତ ଖାତା ଗୁଡ଼ିକୁ ତଦାରଖ କରି ଛାତ୍ର ଛାତ୍ରୀମାନଙ୍କର ଫଳାଫଳ ପ୍ରକାଶ କରିଥିଲେ। ଅପରାହ୍ନ ୩ ଘଟିକା ସମୟରେ ପୁରସ୍କାର ବିତରଣ ଉତ୍ସବ ମଣ୍ଡଳ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ଉତ୍ସବରେ ପୁର୍ବତନ ବିଧାୟକ ଡ.ବିଭୂତି ଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନେ କିପରି ବିଜ୍ଞାନକ୍ଷେତ୍ରରେ ଉନ୍ନତି କରିବେ ସେ ବିଷୟ ରେ ଉପଦେଶ ପ୍ରଦାନ କରିଥିଲେ।ବିଶିଷ୍ଟ ଅତିଥି ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ବେହେରା ଅଧ୍ୟକ୍ଷା, ପଞ୍ଚାୟତ ସମିତି ,ଚିଲିକା କୁନି କୁନି ପିଲାମାନଙ୍କୁ ବୈଜ୍ଞାନିକ ହେବାପାଇଁ ଉପଦେଶ ପ୍ରଦାନ କରିଥିଲେ।ମୁଖ୍ୟ ବକ୍ତା ରୂପେ ଗୋଦାବରୀଶ ମହାବିଦ୍ୟାଳୟର ରସାୟନ ବିଭାଗର ମୁଖ୍ୟ ଡ.ଏସ.ପି. ଏସ୍. ଏନ୍.ଏସ ବର୍ମା ଛାତ୍ରଛାତ୍ରୀ ମାନଙ୍କୁ ସମାଜରେ ବିଜ୍ଞାନର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ସ୍ୱାଧିନା ମଞ୍ଜରୀ ବେହେରା ଆଜିର ଦିବସର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ।ଶ୍ରୀଯୁକ୍ତ ନୀଳାଦ୍ରି ଭୂଷଣ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶ୍ରୀଯୁକ୍ତ ଗୋପୀ ନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏବଂ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଆଲୋକ କୁମାର ପାଟ୍ଟଶାଣୀ ମଞ୍ଚ ପରିଚାଳନା କରିଥିଲେ। ଶେଷ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ ନିୟୁଜ l




