କଣ୍ଟାମାଳ ଡିଗ୍ରୀ କଲେଜରେ ପ୍ରଥମ ବର୍ଷ ଛାତ୍ରୀ ଛାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା


କଣ୍ଟାମାଳ, ୧୮/୯:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜରେ ପୁରାତନ ଛାତ୍ରଛାତ୍ରୀମାନେ ନବାଗତ ପ୍ରଥମ ବର୍ଷର ଭାଇ ଭଉଣୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ କଲେଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀ ପ୍ରିୟଙ୍କା ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସ୍ଵାଗତ ସଭାରେ ମୂଖ୍ୟ ଶିକ୍ଷା ବିଭାଗୀୟ ଅଧ୍ୟାପକ ରବିନ୍ଦ୍ର କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ନବାଗତ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। କହିଥିଲେ ବର୍ତ୍ତମାନ ଯୁଗରେ ଶିକ୍ଷାର ଗୁରୁତ୍ଵ ଏବଂ ସଦଉପଯୋଗ ଉପରେ ବକ୍ତବ୍ଯ ରଖିଥିଲେ ଏବଂ ସମସ୍ତେ ଶୃଙ୍ଖଳିତ ରହି ଶିକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ସୁନିଲ ପୁଟା, ନିଳମଣୀ ମଳିକ ଓ ଅଧ୍ୟାପିକା ମମତା ପଣ୍ଡା ଉପସ୍ଥିତ ରହି ନବାଗତଙ୍କୁ ଦିଗ ଦର୍ଶନ ଦେଇଥିଲେ। ନବାଗତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ତର୍କ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା କରାଯାଇଥିଲା,କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ନବାଗତା ରଶ୍ମିତା ନାଏକ ଏବଂ ଭାଗ୍ୟବାନ ରଣାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରୀ ବିଷ୍ଣୁପ୍ରିୟା ପଟ୍ଟନାୟକ ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା କରିଥିବା ସ୍ଥଳେ ଅଧ୍ୟାପକ ସୁନିଲ ପୁଟା ଧନ୍ୟବାଦ ଦେଇଥିଲେ। ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




