ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୪ ପାଳନ


ଢେଙ୍କାନାଳ: ତା.୧୬.୦୯.୨୦୨୪ ରିଖ: ( )ଆଜି ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଙ୍କ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ସ୍ବଚ୍ଛତା ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସ୍ୱାଗତିକା ରଥ,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥୀଙ୍କ ମିଳିତ ପ୍ରଚେଷ୍ଟାରେ ସମସ୍ତଙ୍କର ସହଯୋଗରେ ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୪ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟର ସ୍ଵୀୟ ବାର୍ତ୍ତାରେ ଭାରତରେ ସ୍ୱଚ୍ଛତା ପକ୍ଷ -୨୦୨୪ ପାଳନର ଆବଶ୍ୟକତା ଓ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ଦରକାର ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱଚ୍ଛତା ହିଁ ଆଜିର ପ୍ରମୁଖ ଆବଶ୍ୟକତା ଓ ସ୍ୱଚ୍ଛତା ହିଁ ଉତ୍ତମ ସ୍ବାସ୍ଥ୍ୟ ତଥା ନିରୋଗ ଜୀବନଯାପନର ମୂଳମନ୍ତ୍ର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରତ୍ୟେକ ଦିନ ସ୍ୱଚ୍ଛତା ଶପଥ, ସାମାଜିକ ଗଣମାଧ୍ୟମରେ ଓ ୱେବ୍ ସାଇଟରେ ଦୃଶ୍ୟ- ଶ୍ରାବ୍ୟ ମାଧ୍ୟମ ବ୍ୟବହାର କରି କୋଭିଡ୍ -୧୯ ଜନ ସଚେତନତାର ପ୍ରଚାର ପ୍ରସାର, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ – ଶିକ୍ଷକ ବୈଠକ ମାଧ୍ୟମରେ ସ୍ବଚ୍ଛତା କାର୍ଯକାରୀ ଯୋଜନା ଫର୍ଦ୍ଦ ପ୍ରସ୍ତୁତି,ବିଦ୍ୟାଳୟ ବିଶୁଦ୍ଧ କରଣ,ପାଇଖାନା,ପରିସ୍ରାଗାର, ବିଦ୍ୟାଳୟ ପରିସର ସଫେଇ ଓ ଉଚିତ୍ ବ୍ୟବହାର ତଦାରଖ, କରୋନା ଟୀକାକରଣ ସଚେତନତା,ଜଳ ସଂରକ୍ଷଣ ଓ ପାନୀୟ ଜଳର ସୁବିନିଯୋଗ,ଜଳବାହିତ ରୋଗ ସମ୍ପର୍କରେ ସଚେତନତା,ପ୍ରାକୃତିକ ସମ୍ପଦର ସଂରକ୍ଷଣ,ଗୋଟିଏ ଥର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକର ବ୍ୟବହାର ବର୍ଜନ, ପ୍ରତିଦିନ ହାତ ଧୋଇବା ଅଭ୍ୟାସ ଅବସରରେ ସ୍ୱଚ୍ଛତା ବିଷୟବସ୍ତୁ ଆଧାରିତ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରା,ରାଲି, ସ୍ବଚ୍ଛତା ସମ୍ପର୍କରେ ସେମିନାର,ପ୍ରବନ୍ଧ,କବିତା ଲିଖନ,ସ୍ଲୋଗାନ୍,ଡ୍ରଇଂ , ପେଣ୍ଟିଂ ଓ ପୋଷ୍ଟର ,ଡଷ୍ଟବିନ ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡ଼ିକରେ କ୍ରମାନ୍ୱୟରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାରୁ ପ୍ରାର୍ଥନା ସଭାରେ ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ରନିଙ୍ଗ ମେମେଣ୍ଟୋ ସବୁକୁ ପ୍ରଦାନ ପୂର୍ବକ ବରିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ବାଇଁ, ଅନ୍ୟତମ ସଦସ୍ୟ ଲକ୍ଷ୍ମୀକାନ୍ତ ଜେନା,ଝରଣା ପାତ୍ର,ପ୍ରଭାସିନୀ ସାହୁ,ସୀମାରାଣୀ ସାହୁ ,ମୀନା ନାଏକ,ବିରଞ୍ଚି ନାୟକ,ଦିଲାବର୍ ହୁସେନଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ବୃନ୍ଦ,ଅଭିଭାବକ,ଅଭିଭାବିକା,ସମସ୍ତ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ ବୃନ୍ଦ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର, ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା,ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ, ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରଣମୟୀ ମହାଳିକ,ହିନ୍ଦୀ ଶିକ୍ଷକ କିଶୋର ସାମଲ,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର, ସ୍ୱର୍ଣ୍ଣମୟୀ ଶତପଥୀ,ସୁନିତାବାଳା ଷଡ଼ଙ୍ଗୀ,ସୁନୀତା ନାଥ, ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,ସସ୍ମିତା ପଟ୍ଟନାୟକ,ଅନିତା ସାହୁ,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଭୋକେଶନାଲ ଦାୟିତ୍ୱରେ ଥିବା ଆଇ. ଟି.ପ୍ରଶିକ୍ଷିକା ଶୁଭଶ୍ରୀ ଦେବସ୍ମିତା ରାଉତ, ଅଟୋମୋଟିଭି ପ୍ରଶିକ୍ଷକ ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ,ବିଦ୍ୟାଳୟରେ କରି ଯୋଗଦାନ କରି ଏହି ସ୍ୱଚ୍ଛତା ପକ୍ଷ -୨୦୨୪ ପାଳନ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଉପଲକ୍ଷେ ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୪ କାର୍ଯ୍ୟକ୍ରମର ସଫଳ ପାଳନ ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ପ୍ରାର୍ଥନା ସଭାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




