ଯୁନୋପସ +୨ବିଜ୍ଞାନ ବିଦ୍ୟାର୍ଥୀ ମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ !


ତିର୍ତ୍ତୋଲ :-ନବାଗତ ଶିକ୍ଷାର୍ଥୀ ମାନଙ୍କର ଭବିଷ୍ୟତ କୁ ସଫଳତାର ଶୀର୍ଷରେ ପହଞ୍ଚେଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରି ପଢିବା ଦରକାର !ଶିକ୍ଷାନୀତିର ଫଳାଫଳ କହିଦେବ ଯେ ଭବିଷ୍ୟତରେ କିଏ ଡାକ୍ତର ହେବ ଵା ଇଞ୍ଜିନିୟର ହେବ!ଭଲ ଓକିଲ ଟିଏ ହେବ ନା ଆଦର୍ଶ ପ୍ରଫେସର ହେବ !ଶିକ୍ଷାର୍ଥୀ ମାନଙ୍କୁ କ୍ୟାରିୟର ବନେଇବାର ଉତ୍ତମ ଶିକ୍ଷା ସଂସ୍ଥାନ ହେଉଛି ୟୁନୋପସ ମହାବିଦ୍ୟାଳୟ !ଯୋଉ ଲକ୍ଷନେଇ ବାପାମାଆ ମାନେ ନିଜର ପିଲାମାନଙ୍କୁ ଅଧ୍ୟୟନ ପାଇଁ ପଠେଇଛନ୍ତି ! ସେଇ ଲକ୍ଷସ୍ଥଳ କୁ ପହଞ୍ଚିବାକୁ ନିଜକୁ ପରିବର୍ତ୍ତନ କରି ପାଠପଢାରେ ମନନିବେଶ କରିବା ବାଞ୍ଛନିୟ ବୋଲି, ଜଗତସିଂହପୁର ଜିଲ୍ଲାର ତିର୍ତୋଲସ୍ଥିତ ୟୁନୋପସ ବିଜ୍ଞାନ ମହା ବିଦ୍ୟାଳୟ ର +୨ ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଆମନ୍ତ୍ରିତ ଅତିଥିମାନେ ମତପ୍ରକାଶ କରି ଉତ୍ସାହିତ କରିଥିଲେ !ମହାବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ଜୀବନ ବଲ୍ଲଭ ସାହୁ ସଭାପତିତ୍ୱ କରିଥିବା ବେଳେ, ସମ୍ମାନିତ ଅତିଥିଭାବେ ନିର୍ଦେଶକ ସରୋଜ କାନ୍ତ ମହାନ୍ତି, ଆଇନଜୀବି ଅମୀୟ ରଞ୍ଜନ ସ୍ୱାଇଁ, ବରିଷ୍ଠ ଅଧ୍ୟାପକ କେ କେ ଓଝା, ଇଂରାଜୀ ବିଭାଗ ଅଧ୍ୟାପକ ଗଣେଷ ପାଣି, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦେବବ୍ରତ ମଣ୍ଡଳ, ଅଧ୍ୟାପକ ରାଜେନ୍ଦ୍ର ରାଉତ, ସଂଯୋଜିକା ପ୍ରିୟଦର୍ଶିନୀ ମହାନ୍ତି, ପ୍ରମୁଖ ଯୋଗ ଦେଇ ,ଛାତ୍ରଛାତ୍ରୀ ମାନେ ନିଜର ଅଧ୍ୟବସାୟ,କଠୋର ପରିଶ୍ରମ, ଶୃଙ୍ଖଳିତ ଜୀବନଯାପନ, ଓ ନିଜକୁ ସଂସ୍କାରିତ କରି ଶିକ୍ଷା ସଂସ୍କାରକୁ ସମ୍ମାନ ଦେଲେ ଛାତ୍ରଛାତ୍ରୀ ମାନେ ଦେଶ ତଥା ବିଶ୍ୱରେ ସୁପ୍ରତିଷ୍ଠିତ ହୋଇପାରିବେ ବୋଲି ଆହ୍ୱାନ ଦେଇଥିଲେ !ଅଧ୍ୟାପକ ପବିତ୍ର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଜୀବନ ବଲ୍ଲଭ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ !୨୦୦୨ ମସିହାରେ ସ୍ଥାପିତ ହୋଇଥିବା ଏହି ମହାବିଦ୍ୟାଳୟ, ୨୦୨୦ ମସିହାରେ ମାତ୍ର ୧୩ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ +୨ଶିକ୍ଷା ଆରମ୍ଭ କରିଥିଲା !୨୦୨୪ ମସିହାରେ ସର୍ବମୋଟ ୧୨୮ ଟି ସିଟ ରୁ ସମ୍ପ୍ରତି ୧୨୬ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ଭାବେ ଅଧ୍ୟୟନ କରୁଛନ୍ତି !ବିଗତ ଶିକ୍ଷା ବର୍ଷରେ ମହାବିଦ୍ୟାଳୟ ର ଛାତ୍ର ସୌମ୍ୟ ରଞ୍ଜନ ସାମଲ ଜିଲ୍ଲାର ଚତୁର୍ଥ ସ୍ଥାନ ଲାଭ କରିଥିବା ବେଳେ ବହୁ ଛାତ୍ରଛାତ୍ରୀ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ନିପୁଣ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହିତ କଲେଜ ଗୌରବାନ୍ବିତ ହୋଇଛି ବୋଲି ଅଭିଜ୍ଞ ଅଧ୍ୟାପକ ମାନେ ମତବ୍ୟକ୍ତ କରିଥିଲେ !ସଭାର ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଙ୍କର ପ୍ରତିମୂର୍ତ୍ତି ସମ୍ମୁଖରେ ଶାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ବେଦଧ୍ୱନି ମଧ୍ୟରେ,ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା !ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ,ପୁଷ୍ପାଞ୍ଜଳି ବେହେରା, ରଞ୍ଜିତ ବେଉରା, ପ୍ରିୟଦର୍ଶିନୀ ଦାଶ, ମନୀଷା ଜେନା, ଦେବାଶିଷ ପ୍ରଧାନ, ଓ ଆଇଟି ତାପସ ଦାସ ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ମାନ !ପରିଶେଷରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା
,ନୃତ୍ୟ ସଂଗୀତ ଓ ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




