ନିମ୍ନ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପାଇଁ ପାଠାଗାର ବ୍ୟବହାର ସଚେତନତା କାର୍ଯ୍ୟକ୍ରମ ।


ବାଲିଚନ୍ଦ୍ରପୁର 14/09
ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ରୁକୁଟିପାଟ ନିମ୍ନ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ସାବିତ୍ରୀ, ସଦାନନ୍ଦ ସ୍ମାରକୀ ସାମାଜିକ ସେବା ସଂସ୍ଥା ଅନୁକୁଲ୍ୟ ରେ ପାଠାଗାର ବ୍ୟବହାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏଇ କାର୍ଯ୍ୟକର୍ମ ରେ ଅଧ୍ୟକ୍ଷତା କରି ସାବିତ୍ରୀ ସଦାନନ୍ଦ ସ୍ମାରକୀ ସାମାଜିକ ସେବାସଂସ୍ଥା ର ଟ୍ରଷ୍ଟି ତଥା ବରିଷ୍ଟ ଅବସର ପ୍ରାପ୍ତ ପ୍ରଶାସକ ଗଙ୍ଗାଧର ରାଉତରାୟ ଯୋଗ ଦେଇ ଗାଁ ର ପିଲା ମାନଙ୍କୁ କିପରି ଭାବରେ ସୃଜନ ଶିଳ ପ୍ରକିୟାକୁ ଜାଗ୍ରତ କରାଯାଇପାରିବ ସେଥି ପାଇଁ ସାବିତ୍ରୀ ସଦାନନ୍ଦ ସ୍ମାରକୀ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଏକ ଆଲୋଚନା ଚକ୍ର ଓ ତର୍କ ପ୍ରତିଯୋଗିତା ଶିକ୍ଷଣୀୟ ବାତାବରଣ ସୃଷ୍ଟି କରାଯାଉଅଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସ୍ଵଂୟଶାସିତ ମହାବଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧ୍ୟାପକ ସାହିତ୍ୟିକ ତଥା ଶିକ୍ଷାବିତ୍ ଜଚିନ୍ଦ୍ର କୁମାର ରାଉତ ଯୋଗ ଦେଇ ପିଲା ମାନଙ୍କ ଭିତରେ ଜ୍ଞାନ ବିତରଣ କରିବା ଅପେକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରି ମାନଙ୍କ ମଧ୍ୟରେ ଏକ ସୃଜନଶିଳ ବାତାବରଣ ପ୍ରତିରୋପଣ କରାଯାଇପାରିବ ଗାଁ ଙ୍କୁ ସମୃଧ୍ୟ କରିବାର ପ୍ରୟାସ ଆରମ୍ଭ କରାଯାଇଛି। ଏହି କାର୍ଯ୍ଯକ୍ରମ ରେ ଶିକ୍ଷକ ରାଖାଲ କୁମାର ରାଉତ ଯୋଗା ଦେଇ ସେବା ସଂସ୍ଥା ର ଶିକ୍ଷଣୀୟ କାର୍ଯ୍ୟକର୍ମ କୁ ଭୁଁୟସି ଓ ପ୍ରଶଂସା କରିଥିଲେ। ପାରମ୍ଭରେ ବୁଢ଼ୀ ଜାଗୁଳାଇ କିଶୋରୀ କଲ୍ୟାଣ ସମିତି ର ସଭାପତି ବିଶ୍ବରୁପା ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକର୍ମ ରେ ଶିକ୍ଷୟତ୍ରୀ କମିନି ସ୍ୱାଇଁ , ବିନୋଦିନୀ ସିଂହ, ରଶ୍ମୀରେଖା ବେହେରା ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମ କୁ ପରିଚାଳନରେ ସମିତି ଉପସଭାପତି ଲିପ୍ସା ରାଉତରାୟ, ନିରୁପମା ପ୍ରଧାନ, ଅନ୍ନପୂର୍ଣ୍ଣା ବେହେରା, ମିନତୀ ବେହେରା, ମୋନାଲିସା ବେହେରା, ରାଜଶ୍ରୀ ରାଉତରାୟ, ମେନକାସୁନ୍ଦରୀ ମହାନ୍ତି, ନିହାରିକ ଜେନା, ଶୁଚିଶ୍ମିତା ଜେନା, ଅର୍ଯ୍ୟସିନି ରାଉତରାୟ ପ୍ରମୁଖ ସାହାଯ୍ୟ ସୋହଯୋଗ କରିଥିଲେ। ଏହି କାର୍ଯ୍ୟକର୍ମ ରେ ବହୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବା ସହିତ ରୁକୁଟିପାଟ ନିମ୍ନ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।




