Education

ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ

ହରଭଙ୍ଗା (14/9)ପୁରୁଣାକଟକ, ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ରେ ଦଶମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଏହି ଅବସରରେ କୁଇଜ୍ ,ବକ୍ତୃତା , ସଙ୍ଗୀତ, ଚିତ୍ରାଙ୍କନ, ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସନତ କୁମାର ଗଡତିଆ ସଭାପତିତ୍ଵ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ନାୟକ ଏବଂ କମ୍ଭୁ ପ୍ରସାଦ ଲୁହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ଶୁଭ୍ରଜ୍ୟୋତି ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଏବଂ କ୍ରୀଡ଼ା ଶିକ୍ଷକ ସୁବାସ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।

Related Articles

Back to top button