ଭୈରବୀ ସ୍ନାତକ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗ ର ସ୍ୱାଗତ ଉତ୍ସବ ପାଳିତ


ହରଭଙ୍ଗା 11/9(ଚିତ୍ତ ରଞ୍ଜନ ସିଂ )ପୁରୁଣାକଟକ ସ୍ଥିତ ଭୈରବୀ ସ୍ନାତକ ମହାବିଦ୍ୟାଳୟ ଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧକ୍ଷ ତଥା ରାଜନୀତି ବିଜ୍ଞାନ ର ମୁଖ୍ୟ ଡଃ.ରମେଶ ଚନ୍ଦ୍ର ତାରେଣିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ଅତିଥି ଭାବେ ଅଧ୍ୟାପକ ଲଳିତ ମେହେର, ଡଃ. ପ୍ରମୋଦ ମହାପାତ୍ର, ସୁରେଶ୍ୱର ଯୋଶୀ, ପୀତବାସ ମେହେର ଅଧ୍ୟାପିକା ସୁଷମା ରାଣୀ ବହିଦାର, ଶୁଭ୍ରାମଲିକା ପ୍ରଧାନ, Dispatch ଦେଓ, ଦାମୟନ୍ତୀ ନାୟକ ଯୋଗ ଦେଇଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ରେ ରାଜନୀତି ବିଜ୍ଞାନ ର ଆବଶ୍ୟକତା ଉପରେ ମାର୍ଗଦର୍ଶନ ଦେଇଥିଲେ। ରାଜନୀତି ବିଜ୍ଞାନ ରେ କୃତିତ୍ୱ ହାସଲ କରିଥିବା ମହାବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଅପରାଜିତା ପ୍ରଧାନ, ସଂଗୀତା ସାହୁ ଓ ସିଲୁ ପ୍ରଧାନ ଙ୍କୁ ସେମାନଙ୍କ ସଫଳତା ପାଇଁ ବିଭାଗ ତରଫରୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ସୁତପା ସାହୁ ଓ ଶ୍ରୀତମ ଦାସ କାର୍ଯକ୍ରମ ଟିକୁ ପରିଚାଳନା କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ରଞ୍ଜିତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ରାଜନୀତି ବିଜ୍ଞାନ ର ସମସ୍ତ ଛାତ୍ର ଛାତ୍ରୀ ଓ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ।




