Education

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଆଭାସୀ ମାଧ୍ୟମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ

ଢେଙ୍କାନାଳ: ତା. ୦୮.୦୯.୨୦୨୪ ରିଖ 🙁 )ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଆନୁକୁଲ୍ୟରେ ଆଭାସୀ ଗୁଗଲ୍ ମିଟ୍ ମାଧ୍ୟମରେ ଦିବା ୧୧ ଘଟିକା ୩୦ ମିନିଟ୍ରୁ ଅପରାହ୍ଣ ୧୨ଘଟିକା ୩୦ ମିନିଟ୍ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ସାଂସ୍କୃତିକ ବିଭାଗ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ଓ ବିଭାଗର ଛାତ୍ରୀ,ଛାତ୍ର ମାନଙ୍କର ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା,ସଂଯୋଜକ ତଥା ପରିଚାଳକ ଭାବରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ କହିଥିଲେ ଯେ,ସେପ୍ଟେମ୍ବର ୮ ତାରିଖକୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ । ଦେଶକୁ ପ୍ରଗତିଶୀଳ କରିବା ପାଇଁ ସାକ୍ଷରତା ହେବା ଜରୁରୀ ଅଟେ । ନିଜ ଭବିଷ୍ୟତ କିଭଳି ହେବ ତାହା ମଧ୍ୟ ସାକ୍ଷରତା ଉପରେ ନିର୍ଭର କରେ । ତୃଣମୂଳ ସ୍ତରରେ ସାକ୍ଷରତାରୁ ବଞ୍ଚିତ ହେଉଥିବା ଗରିବ ଶିଶୁ ତଥା ବ୍ୟକ୍ତି ବିଶେଷଙ୍କ ଉପଯୁକ୍ତ ଶିକ୍ଷା ପାଇଁ ଆଗେଇ ଆସିବା ଏବଂ ସମାଜରେ ଶିକ୍ଷାର ପ୍ରଚାର ପ୍ରସାର କରିବା,ଆଜିର ଦିନରେ ଏହା ସମସ୍ତଙ୍କର ସଂକଳ୍ପ ହେଉ ।ସୁସ୍ଥ ସମାଜର ଗଠନ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଶିକ୍ଷା ଅପରିହାର୍ଯ୍ୟ । ଆସନ୍ତୁ, ଆଜି “ଆନ୍ତର୍ଜାତୀୟ ସାକ୍ଷରତା ଦିବସ” ଅବସରରେ ସାକ୍ଷରତାର ମହତ୍ତ୍ୱ ପ୍ରତିପାଦନ କରି ବ୍ୟକ୍ତିଗତ ତଥା ସାମାଜିକ ସ୍ତରରେ ସାକ୍ଷରତା ହାର ବଢ଼ାଇବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଦୃଢ଼ ଆହ୍ଵାନ ଦେଇଥିଲେ। ଗୋଟିଏ ପୁସ୍ତକ, ଗୋଟିଏ କଲମ, ଗୋଟିଏ ପିଲା ଏବଂ ଜଣେ ଶିକ୍ଷକ ଜଗତକୁ ପରିବର୍ତ୍ତନ କରିପାରିବେ। କରୋନା ମହାମାରୀ ବିଶ୍ୱ ସାରା ଶିକ୍ଷା ଏବଂ ଶିକ୍ଷାଦାନ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଆନ୍ତର୍ଜାତୀୟ ସାକ୍ଷରତା ଦିବସରେ,କେବଳ ବୟସ ପ୍ରାଵଧାନ ନ ଦେଖି ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ଏବଂ ଏକ ସଶକ୍ତ ସମାଜ ଗଠନ ପାଇଁ ସବୁବେଳେ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ଆମ କେନ୍ଦ୍ର ସରକାର ସର୍ବଦା ପ୍ରୟାସରତ । ବର୍ତ୍ତମାନର ନୂତନ ଶିକ୍ଷାନୀତି ବିଶେଷ ଭାବରେ ଧନ୍ଦାମୂଳକ,ପ୍ରାଦ୍ୟୋଗିକ ଓ ଡିଜିଟାଲ ରୂପରେ ମାନବସମ୍ବଳକୁ ରୋଜଗାରଭିତ୍ତିକ ଓ କୌଶଳଯୁକ୍ତ ଆତ୍ମନିର୍ଭରଶୀଳ ପରିବାର ,ସମାଜ ଓ ଦେଶ ତଥା ବିଶ୍ୱ ଗଠନ କରିବାରେ ପୂର୍ଣ୍ଣ ସହାୟକ ହେବ ବୋଲି ଦୃଢ଼ ଆଶା କରିଥିଲେ।ଚାଲନ୍ତୁନା ,ଆଜି ଠାରୁ ଆମେ ଆତ୍ମନିର୍ଭରଶୀଳ ବିଶ୍ଵ ଆଡକୁ ଏକ ପାଦ ଆଗେଇବା,
ସର୍ବ ମୂଳେ ସାକ୍ଷରତା,ଏହି ନୀତିକୁ ଆପଣାଇ ଆଜି ସାହି,ବସ୍ତିର ଆବାଳ ବୃଦ୍ଧବନିତାଙ୍କୁ,ପିଲାମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରିବା ପାଇଁ ଶପଥ ନେଇ ଏବଂ ପ୍ରତି ସପ୍ତାହରେ ଦୁଇ ଦିନ ଶିକ୍ଷା ଦାନ କରାଯିବ ବୋଲି ଧାର୍ଯ୍ୟ କରିବା ସହିତ ପିଲା ମାନଙ୍କ ପାଇଁ “ଉତ୍ସର୍ଗ ପାଠଶାଳା” ଖୋଲା ଯାଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ବହି, ଖାତା,ସିଲଟ,ଓ ଅନ୍ୟ ପାଠ୍ୟ ଉପକରଣ ମଧ୍ଯ ଯୋଗାଇ ଦିଆଯିବା ଦରକାର ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ଶିକ୍ଷା ଦ୍ବାରା ସାମୂହିକ ବିକାଶ ସମ୍ଭବ ହୋଇପାରିଥାଏ। ଶିକ୍ଷାଦ୍ୱାରା ଜଣେ ସାକ୍ଷର ହୋଇଥାଏ। ଜଣେ ସାକ୍ଷର ବିଭିନ୍ନ ସରକାରୀ ଯୋଜନାର ଲାଭ ସହଜରେ ଗ୍ରହଣ କରି ପାରିଥାଏ। ତେଣୁ ସାକ୍ଷରତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଇଥାଏ ।ଏହା ହେଉଛି ଏକ ଅନ୍ତର୍ଜାତୀୟ ଉତ୍ସବ । ପ୍ରତିବର୍ଷ ୮ ସେପ୍ଟେମ୍ବରରେ ପାଳନ କରାଯାଏ। ୨୬ ଅକ୍ଟୋବର ୧୯୬୬ରେ ୟୁନେସ୍କୋର ସାଧାରଣ ସମ୍ମିଳନୀର ୧୪ ତମ ଅଧିବେଶନରେ ଏହି ଦିବସ ପାଳନ ପାଇଁ ଘୋଷିତ ହୋଇଥିଲା। ୧୯୬୭ ମସିହାରେ ଏହା ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା।ଏହାର ଉଦ୍ଦେଶ୍ୟ ହେଉଛି ବ୍ୟକ୍ତି ସମ୍ପ୍ରଦାୟ ଏବଂ ସମାଜ ପାଇଁ ସାକ୍ଷରତାର ମହତ୍ତ୍ବକୁ ଉପଲବ୍ଧି କରିବା। ପୃଥିବୀରେ ପ୍ରାୟ ୭୭୫ ନିୟୁତ ଲୋକଙ୍କଠାରେ ସର୍ବନିମ୍ନ ସାକ୍ଷରତା ଦକ୍ଷତା ଅଭାବ ରହିଛି। ୫ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଏପର୍ଯ୍ୟନ୍ତ ସାକ୍ଷର ହୋଇ ନାହାନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ମହିଳା ଅଛନ୍ତି।ୟୁନେସ୍କୋର ଶିକ୍ଷା ପାଇଁ ବିଶ୍ବସ୍ତରୀୟ ମନିଟରିଂ ରିପୋର୍ଟ ୨୦୦୬ ଅନୁଯାୟୀ ,ଦକ୍ଷିଣ ଏସିଆରେ ସର୍ବନିମ୍ନ ଆଞ୍ଚଳିକ ବୟସ୍କ ସାକ୍ଷରତା ହାର ୫୮.୬ % ରହିଛି। ଏହା ପଛକୁ ସବ୍ ସାହାରା ଆଫ୍ରିକାର ସାହାରାରେ ଏହା ୫୯.୭ %ରହିଛି। ବିଶ୍ବରେ ସର୍ବନିମ୍ନ ସାକ୍ଷରତା ହାର ଥିବା ଦେଶଗୁଡ଼ିକ ହେଉଛି ବୁର୍କିନା ଫାସୋ (୧୨.୮%), ନାଇଜର (୧୪.୪ %) ଏବଂ ମାଲି (୧୯ %)। ଏହି ରିପୋର୍ଟରେ ନିରକ୍ଷରତା ଏବଂ ଭୟଙ୍କର ଦାରିଦ୍ର୍ୟ ମଧ୍ୟରେ ଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହିଦିବସ ପାଳନ ଅବସରରେ ସାକ୍ଷରତା ଦ୍ବାରା ସମାଜରେ କିଭଳି ପରିବର୍ତ୍ତନ ଅଣାଯାଇ ପାରିଥାଏ ସେ ସମ୍ପର୍କରେ ବିଶ୍ବବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ। ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଉପଲକ୍ଷେ ଚଳିତ ବର୍ଷ -୨୦୨୪ ର ଥିମ୍ ରହିଛି – “ପାରସ୍ପରିକ ବୁଝାମଣା ଓ ଶାନ୍ତି ପାଇଁ ବହୁ ଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ” ।
ଏହି ଅବସରରେ ଦଶମ ଶ୍ରେଣୀର ଛାତ୍ରୀ ଚିନ୍ମୟୀ ବେହେରା ଇଂରାଜୀରେ,ଦେବୀକ୍ରିଷ୍ଣା ପରିଡ଼ା,ଅଭିଷେକ ଆଚାର୍ଯ୍ୟ,ନବମ ଶ୍ରେଣୀର ସାଇ ସ୍ନେହା ବେହେରା,ଚତୁର୍ଥ ଶ୍ରେଣୀର ଛାତ୍ର ବି.ଶ୍ରେୟାନ୍ ସ୍ ,ଷଷ୍ଠ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାନଭି ତ୍ରିପାଠୀ, ଅଷ୍ଟମ ଶ୍ରେଣୀର ଇପ୍ସିତା ପ୍ରିୟଦର୍ଶିନୀ ସାହୁ,ଶୁଭମ୍ ଲେଙ୍କା,ରତ୍ନ ମଞ୍ଜରୀ ସାମଲ,ଅମିତ୍ ନାୟକ, ମେହେକା ଫାତ୍ ମା, ତେଜସ୍ଵୀନି ମିଶ୍ର,ଅଂଶୁପ୍ରଭା ଷେଣ୍ଢ,ପଞ୍ଚମ ଶ୍ରେଣୀର ଶୀତଲ ପରିଡ଼ା,ଶ୍ରୀୟାଶ୍ରୀ ସାମଲ ଓ ସାଇ ପ୍ରସାଦ ମିଶ୍ର ପ୍ରମୁଖ ଛାତ୍ରୀ ଛାତ୍ରବୃନ୍ଦ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସ୍ୱ ସ୍ୱ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ସ୍ଵଅଙ୍କିତ ଚିତ୍ର ଓ ସ୍ବରଚିତ ସ୍ଲୋଗାନ ମଧ୍ୟ ପ୍ରଦର୍ଶନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଓ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀ, ବରିଷ୍ଠ ସହକାରୀ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ଓ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ,ସମସ୍ତ କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା, ଦିଲାବର ହୁସେନ,ବିରଞ୍ଚି ନାଏକଙ୍କ ସମେତ ବିଦ୍ୟାଳୟର ବହୁ ପୂରାତନ ଛାତ୍ରୀ ଛାତ୍ର,ବର୍ତ୍ତମାନର ୬୫୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଛାତ୍ର ,ସେମାନଙ୍କର ପିତା ମାତା,ଅଭିଭାବିକା,ଅଭିଭାବକ ମଧ୍ୟ ପର୍ଯ୍ୟାୟକ୍ରମେ ଯୋଗଦାନ କରି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା,କିରଣ କଣ୍ଟା, ଭୂପେନ୍ଦ୍ର ସିଂ ମାଝୀ,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,ଡେପୁ ଟେସନରେ କାର୍ଯ୍ୟରତା ଶିକ୍ଷୟିତ୍ରୀ ସୁନିତା ନାଥ,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ଅନିତା ସାହୁ,ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଆଭାସୀ ଗୁଗଲ୍ ମିଟ୍ ମାଧ୍ୟମରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଓ ସଫଳ ଅଂଶଗ୍ରହଣ କରିଥିଲେ।ସୁଚାରୁରୂପେ ସମ୍ପାଦନ କରି ଥିଲେ। ପରିଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସପର୍ଯ୍ୟା ଶୁଭଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button