State

ଚେପଟିଆମ୍ବାରେ ଝାଡ଼ାବାନ୍ତି, ୧୫ଦିନରେ ୨ ମୃତ ।ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ ।

 

ଆଙ୍କର – ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ କ୍ ବଡ଼ଟେମେରା ପଞ୍ଚାୟତର ଚେପଟିଆମ୍ବା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି | ଗତ ୧୫ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ହୋଇଛନ୍ତି। ଆଜି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏ ଏକ ଟିମ୍ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହିତ ୪ଜଣ ଗୁରୁତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ସୂଚନା ଅନୁଯାୟୀ, ଝାଡ଼ାବାନ୍ତିରେ ଚେପଟିଆମ୍ବାର କେଶବ ମାଝୀଙ୍କ ପତ୍ନୀ ବିମଳା (୪୨)ଙ୍କ ଅଗଷ୍ଟ ୨୪ରେ ମୃତ୍ୟୁ ହୋଇଥିଲା। ସେହିପରି ଅଗଷ୍ଟ ୨୯୧ ) ୯ରେ ଟିବୁ ଜାନୀଙ୍କ ପତ୍ନୀ ରାମା ॥ (४०) ଙ୍କ ମଧ୍ୟ ଝାଡ଼ାବାନ୍ତିରେ ହେବା ମୃତ୍ୟୁ ହୋଇଯାଇଥିଲା। ଏଥିସହ ଗାଁର ଅନେକ ଛୋଟ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଔଷଧ ସେବନ କରିଥିଲେ । କେନ୍ଦ୍ରରୁ ବର୍ତମାନ ବି କିଛି ଶିଶୁ ଗୁରୁତର ଅଛନ୍ତି। ଖବର ପାଇ ଝରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ର ଏକ ଟିମ ଚେପଟିଆମ୍ବା ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି | ଚେପଟିଆମ୍ବାରେ ରହୁଥିବା ୧୮୦ଟି ପରିବାର ମୁଣ୍ଡାପଦର ସ୍ବାସ୍ଥ୍ୟଉପକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି କିନ୍ତୁ ଏହି କେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ବଦଳି ପରେ ପ୍ରାୟ ୭ମାସ ହେଲା ଅନ୍ୟ କାହାରିକୁ ନିଯୁକ୍ତି ଦିଆଯାଇନି। ଫଳରେ ଲୋକେ ଜରୁରୀ ସମୟରେ ସ୍ବାସ୍ଥ୍ୟ ସେବା ପାଇ ପାରୁନଥିବା ଅଭିଯୋଗ ହୋଇଛି।

Related Articles

Back to top button