Breaking NewsState

ଗେରୁଡୁ ମାଟି ମା ପୀଠରେ ଲାଗିହେଲା ନବାହ୍ନ… … 4ଖଣ୍ଡ ମୌଜା ବାସି ଏକତ୍ରିତ ଖାଇଲେ ନୁଆଁ….

ହରଭଙ୍ଗା :11/09(ଚିତ୍ତ ରଞ୍ଜନ ସିଂ ).ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୁଆଁଖାଇ l ପ୍ରଥମେ ଇଷ୍ଟଦେବା ଦେବି ଙ୍କ ପୀଠରେ ରୀତିନୀତି ଅନୁଯାଇ ପୂଜା ପାଠ କରି ନୁଆଁ ଧାନ ର ଭୋଗ ଲାଗି କଲା ପରେ ପୂର୍ବ ଶତ୍ରୁତା ଭୁଲି ସମସ୍ତେ ଏକତ୍ରିତ ହୋଇ ନୁଆଁ ଖାଇ ଖୁସି ମନାନ୍ତି l ସେହିପରି ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଉପାନ୍ତ ଅଞ୍ଚଳ ଅତଲସରା, କୁମାରୀ, ଶୀତଳପାଣି ଓ ଗେରୁଡୁ ଆଦି ଚାରିଖଣ୍ଡ ମୌଜା ର ମାଟି ମା “ଗେରୁଡୁ “ପୀଠରେ ରୀତିନୀତି ଅନୁଯାଇ ପୂଜା କରି ନବାହ୍ନ ଲାଗି କରାଯାଇଥିଲା l ଏହି ନବାହ୍ନ ଲାଗି ରେ ସଭାପତି ସୁଜ୍ଞାନ ବେହେରା, ପୂଜକ ରବୀନ୍ଦ୍ର ଦେହୁରୀ ସମସ୍ତ ପୂଜାକାର୍ଯ୍ୟ କରିଥିବା ବେଳେ ସୁରେଶ ଦେହୁରୀ ବାହୁକ କାର୍ଯ୍ୟଭାର ତୁଲାଇ ଥିଲେ l ମା ଗେରୁଡି ପୀଠରେ ନବାହ୍ନ ଲାଗି ହେଲା ପରେ ଉକ୍ତ ଚାରି ଖଣ୍ଡ ମୌଜାର ପ୍ରାୟ 60ପରିବାର ଏକତ୍ର ବସି ନୁଆଁ ଖାଇଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ସଭାପତି ଙ୍କ ସମେତ ବିଜ୍ଞାନ ବେହେରା, ସଦାନନ୍ଦ ନାଏକ, ଉଗ୍ରେଶନ ସାହୁ, ଭରତ ପରୀଡ଼ା ଦୁରୁଜ ବେହେରା, ଅନ୍ତର ବେହେରା ପ୍ରତାପ ଡା ଳୁଆ ଓ ମୌଜା ବାସି ସହଯୋଗ କରିଥିଲେ l

Related Articles

Back to top button