State

ଜଗନ୍ନାଥ ଙ୍କ ବେଶରେ ପୂଜିତ ହେଲେ ବିଘ୍ନରାଜ ଶ୍ରୀଗଣେଷ !!

ତିର୍ତ୍ତୋଲ :- “ବକ୍ର ତୁଣ୍ଡ ମହାକାୟ,ସୂର୍ଯ୍ୟ କୋଟି ସମପ୍ରଭ, ନିର୍ବିଘ୍ନଂ କୁରୁମେ ଦେବ, ସର୍ବ କାର୍ଯ୍ୟଷୁ ସର୍ବଦା !ସକଳ ଦେବାଦେବୀ ଙ୍କ ପୂଜା ପୂର୍ବରୁ ସର୍ବପ୍ରଥମେ ପୂଜିତ ହେଉଥିବା ଗଜାନନ ଶ୍ରୀଗଣେଷ ଙ୍କର ଆଜି ପୂଜନ ଦିବସ ! ପବିତ୍ର ଗଣେଷ ଚତୁର୍ଥୀ ଅବସରରେ ଜଗତସିଂହପୁର ଜିଲ୍ଲାର ବିରିଡି, ରଘୁନାଥପୁର, ନାଉଗାଁ, ଏରସମା,ବାଲିକୁଦା, କୁଜଙ୍ଗ ତିର୍ତ୍ତୋଲ ଓ ଜଗତସିଂହପୁର ବ୍ଲକର ବିଭିନ୍ନ ଅଞ୍ଚଳ ତଥା ମୁନିସିପାଲିଟି ର ପ୍ରତ୍ୟେକ ଗଳିକନ୍ଦି ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ,ଗଣପତି ଗଜାନନ ଙ୍କର ଦିବ୍ୟ ପୂଜା ସର୍ବତ୍ର ଅନୁଷ୍ଠିତ ହୋଇଯାଇଛି !ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂ ପଞ୍ଚାୟତ ର ଅଲଣା ଗ୍ରାମ ପାଟଣା ସ୍ଥିତ ଗଣପତି ଯୁବକ ସଙ୍ଘ ର ମୁଖ୍ୟ ଉପଦେଷ୍ଟା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ହୋଇଯାଇଛି ବିଘ୍ନରାଜ ଶ୍ରୀଗଣେଷ ଙ୍କ ପୂଜା !ସୁସଜ୍ଜିତ ମେଢ଼ରେ ଗଣପତି ବାବା ଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି ଯଥାବିଧି ଅନୁସାରେ ବୈଦିକ ମତରେ ପୂଜାର୍ଚନା କରାଯାଇ ଥିବା ବେଳେ,ଏହି ପୂଜାରେ କର୍ତ୍ତା ରୂପେ ରାକେଶ କୁମାର ରାଉତ କାର୍ଯ୍ୟଭାର ତୁଲାଇଥିଲେ !ଶରତକୁମାର , ବାବୁନା ଭାଇ , ଓ ଜଗନ ଭାଇ ପୂଜାର ଆୟୋଜନ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ !

ଗଣପତି ଯୁବକ ସଂଘ ର ସଦସ୍ୟ ଭାବେ ଅଜିତ, ରାଜେଶ କୁମାର , ନିହାର ରଞ୍ଜନ,ଲିଟୁ, ମୁନ୍ନା, ଶିବ କୁମାର, ବାଦଲ କୁମାର, ବିଭୁତି ଭୂଷଣ, ସନ୍ତୋଷ ଓ ଚୈତନ୍ୟ କୁମାର ପୂଜା ମଣ୍ଡପ କୁ ଆକର୍ଷଣୀୟ କରିବାରେ ସାହାଯ୍ୟ କରିଥିଲେ !!କିନ୍ତୁ ଶ୍ରୀଗଣେଷଙ୍କ ପ୍ରତିମୂର୍ତ୍ତିରେ ବିବିଧତା ଦେଖାଯାଇଛି,

ବିଭୁତିକ୍ଷେତ୍ର ଗୋରେଖନାଥଙ୍କ ମଠ ରାସ୍ତାର, ବାଘୁଆ ବାରି, ହନୁମାନ ମନ୍ଦିର ସମ୍ମୁଖରେ ! ମହାବୀର ଯୁବକସଂଘ ଶ୍ରୀ ଗଣେଶ ପୂଜା କମିଟି ଆନୁକୂଲ୍ୟରେ, ଚଳିତ ବର୍ଷ ଗଣପତି ଙ୍କୁ ଶ୍ରୀ ଜଗନ୍ନାଥଙ୍କ ବେଶରେ ମୂର୍ତ୍ତିମନ୍ତ କରାଯାଇ ଥିବାର ଦେଖିବାକୁ ମିଳିଛି !। ଏହି ଠାରେ ଆୟୋଜିତ କାର୍ଯ୍ୟକ୍ରମ କୁ ମୁନା ଦାସ , ଆକାଶ ଦାସ , କୀର୍ତ୍ତନ ଦାସ, ଓ ମାନସ ଦାସଙ୍କ ସମେତ କୁଲୁ, ହାପି , ଜ୍ଞାନ , ସତ୍ୟରଞ୍ଜନ , ରୁଦ୍ର , ଲିବୁନ , ରିଙ୍କୁ , ପ୍ରେମ, କାଳିଆ , ସୋନୁ, ରାଜା ଓ ବାସୁଦେବ ଦାସ ପ୍ରମୁଖ ପରିଚାଳନା , କରିଥିବା ବେଳେ, ଆକାଶ ଦାସ କର୍ତ୍ତା କାର୍ଯ୍ୟ ସମ୍ପାଦନ କରିଥିଲେ !ବରଷ କ ପରେ ଗଣପତି ବାପା ମୋରିଆ, ମଙ୍ଗଳ ମୂରତି ମୋରିଆ ଶବ୍ଦରେ ପୁଣି ଚତୁଃର୍ଦିଗ ଗୁଞ୍ଜରିତ ହୋଇ ଥିଲା !ଉଭୟ ସ୍ଥାନରେ ବହୁ ଶ୍ରଦ୍ଧାଳୁ ବ୍ୟକ୍ତି ପୂଜାକୁ ମନଭରି ଉପଭୋଗ କରିଥିଲେ !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button