State

ଶାରଦୀୟ ଦୁର୍ଗା ପୂଜା ପାଇଁ ଶୁଭ ଖମ୍ବ ସ୍ଥାପନ…

ହରଭଙ୍ଗା :07/9(ଚିତ୍ତ ରଞ୍ଜନ ସିଂ ).ଗଣେଶ ଚତୁର୍ଥୀ ଠାରୁ ଆରଂଭ ହୋଇଯାଏ ପାର୍ବଣ ଋତୁ l ଏହି ପାର୍ବଣ ଋତୁରେ ଶାରଦୀୟ ଦୁର୍ଗା ପୂଜା ବୌଦ୍ଧ ଜିଲ୍ଲା ଓ ରାଜ୍ୟ ତଥା ରାଜ୍ୟ ବାହାରେ ମହା ଆଡମ୍ବର ରେ ଦୁର୍ଗାପୂଜା ପାଳନ କରାଯାଇଥାଏ l ସେହିପରି ଜିଲ୍ଲା ର ହରଭଙ୍ଗା ବ୍ଲକ ସ୍ଥିତ ଚାରିଛକ ଜୟ ମା ଦୁର୍ଗା ବ୍ୟବସାୟିକ ସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହା ସମାରୋହରେ ଦୁର୍ଗାପୂଜା ପାଳନ ପାଇଁ ଶନିବାର ଦିନ ଗଣେଶ ଚତୁର୍ଥୀ ରେ ପୁରୋହିତ ଙ୍କ ମନ୍ତ୍ର ଧ୍ଵନି ସହିତ ରୀତିନୀତି ଅନୁଯାଇ ଶୁଭଖମ୍ବ ସ୍ଥାପନ କରାଯାଇଛି l ଶୁଭ ଖମ୍ବ ସ୍ଥାପନ ଅବସରରେ ସଂଘ ର ସଭାପତି ବିଭୁଦତ୍ତ ବୋଷ, ପୂର୍ବତନ ସଭାପତି ଦିଲ୍ଲୀପ ସାହୁ ଓ ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ l ଶ୍ରୀ ବୋଷ ଚଳିତ ବର୍ଷ ଜଗତ ଜନନୀ ଦୁର୍ଗା ପୂଜାକୁ ନେଇ ଆଜିଠୁ ମୂର୍ତ୍ତି କାର୍ଯ୍ୟ ଶୁଭାରମ୍ଭ କରାଯିବା ସହିତ ପୂଜାରେ ଆକର୍ଷଣୀୟ ଲାଇଟ ତୋରଣ, ସୁ ଉଚ୍ଚ ମୃଣୟ ମୂର୍ତ୍ତି ଓ ସବୁଦିନ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ନେଇ ସୂଚନା ଦେଇଛନ୍ତି l

Related Articles

Back to top button