ବାଲିଚନ୍ଦ୍ର ପୁର ଅଞ୍ଚଳର ଶିକ୍ଷାଅନୁଷ୍ଠାନ ମାନଙ୍କରେ ଶ୍ରୀ ଗଣେଶ ଙ୍କ ଆରାଧନା ଓ ପୂଜା ଅର୍ଚ୍ଚନା ,


ବାଲିଚନ୍ଦ୍ର ପୁର ଅଞ୍ଚଳର ଶିକ୍ଷାଅନୁଷ୍ଠାନ ମାନଙ୍କରେ ଶ୍ରୀ ଗଣେଶ ଙ୍କ ଆରାଧନା ଓ ପୂଜା ଅର୍ଚ୍ଚନା ,ବଡଚଣା ବ୍ଲକ୍ ବାଲିଚନ୍ଦ୍ରପୁର ଅଞ୍ଚଳ ର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଘ୍ନରାଜ ବିନାୟକ ଶ୍ରୀ ଗଣେଶ ଙ୍କପୂଜା ଅର୍ଚ୍ଚନା ଓ ଆରାଧନା ଆନନ୍ଦ ଉଲ୍ଲାସ ଓ ଭକ୍ତିମୟ ପରିବେଶ ମଧ୍ୟ ରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି। ଏଥି ମଧ୍ୟ ରୁ ସାହାସ ପୁର ମହାବିଦ୍ୟାଳୟ ରେ ବିଭିନ୍ନ ବିଭାଗ ଆନୁକଲ୍ୟରେ ରେ ଶ୍ରୀ ଗଣେଶ ଙ୍କ ପୂଜାପାଳିତ ହୋଇଥିଲା ।ଏହି ପୂଜା ଉତ୍ସଵ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ପଲେଇ,ପ୍ରଧ୍ୟାପକ ବିଶ୍ଵତୋଷ ନାୟକ, ଡ଼.ମିଲନ କିଶୋର ଜେନା, ସଞ୍ଜୟ କୁମାର ସାହୁ , ମିନତୀ ସାହୁ, ସଂଗ୍ରାମ କେଶରୀ ପରିଡ଼ା,ପ୍ରତାପ ବୀରବର ପୃଷ୍ଟି,ପ୍ରଦୀପ କୁମାର ବିଶ୍ବାଳ ପ୍ରମୁଖବହୁ ଅଧ୍ୟାପକଅଧ୍ୟାପିକା ଛାତ୍ରଛାତ୍ରୀ ଓ କର୍ମଚାରୀ ଗଣ ଯୋଗଦେଇ ବିଘ୍ନରାଜ ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ପଲ୍ଲୀଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶ୍ରୀ ଗଣେଶ ଙ୍କ ପୂଜା ଧୂମଧାମ ରେ ପାଳନ ହୋଇଥିଲା।ଏଥିରେ ଅଧ୍ୟାପିକା ସ୍ନିଧା ରାଣୀ ମହାନ୍ତି, ତମାଳ ମାଳସ୍ୱାଇଁ, ପ୍ରେମାନନ୍ଦ ପରିଡା, କବି ଅଶୋକ ସାମଲ ଓ ଛାତ୍ରୀ ଗଣ ଯୋଗଦେଇ ଶ୍ରୀ ଗଣେଶ ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ସେହିପରି ଅନୁରୂପ ଭାବେ କଳିଙ୍ଗ ଭାରତୀ ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସର ରେ ଶ୍ରୀଗଣେଶ ଙ୍କ ପୁଜାଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ମନୋଜ କୁମାର ପରିଡ଼ା, ଡ଼. ଦିଲ୍ଲୀପ କୁମାର ଦେବତା , ପ୍ରଫୁଲ୍ଲ କୁମାର ବାରିକ୍ ,ଶ୍ରୀକାନ୍ତ ପଣ୍ଡା , ପ୍ରାକ୍ତନ ସରପଞ୍ଚ ଫନିଦ୍ର ନାଥପଣ୍ଡା, ସାମ୍ବାଦିକ ଏକାଦଶୀ ସେଠୀ ସଂଜିତ୍ ସାମଲ । ପ୍ରକାଶ ଚନ୍ଦ୍ର ସାମଲଓ ରବିନାରାୟଣ ସାମଲ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ଶ୍ରୀ ଗଣେଶ ଙ୍କୁ ଆରଧନା କରିଥିଲେ। ସେହିପରି ସ୍ଵାମୀ ବିବେକାନନ୍ଦ ଆବାସିକ ଶିକ୍ଷାନୁଷ୍ଠାନ, ସୈନିକ ସ୍କୁଲ , ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚବିଦ୍ୟାଳୟ,ବାଳିକା ସରକାରୀ ଉଚ୍ଚବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର ରେ ଶ୍ରୀ ଗଣେଶ ଙ୍କ ପୂଜା ଉତ୍ସଵ ମହା ସମାରୋହ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ବ୍ୟକ୍ତି ବିଶେଷ ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ କର୍ମଚାରୀ ଶ୍ରୀ ଗଣେଶ ଙ୍କ ବନ୍ଦାପନା ଓ ଭୋଗଲାଗି କରିବା ଦେଖାଯାଇଥିଲା।




