State

ଏମିତି କୋଉଠି ଦେଖିନଥିବେ, ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆଧ୍ୟାତ୍ମିକ ଆସର !

ତିର୍ତ୍ତୋଲ :-(ଝଙ୍କଡ଼)ବର୍ତ୍ତମାନ ସମୟରେ ପରିଣତ ବୟସ ହୋଇଗଲେ,ବାପା ମାଆ ଙ୍କ ଠିକଣା ହେଉଛି ଅନାଥାଶ୍ରମ !ପବିତ୍ର ଶାସ୍ତ୍ର କହେ ବାପା ମାଆ ଜୀବନ୍ତ ଈଶ୍ୱର !ସେ ଜନ୍ମ ଦେଇଛନ୍ତି, ସେ ପାଳନ କରିଛନ୍ତି ସେଇ ମଧ୍ୟ ଛୋଟରୁ ବଡ କରିବା ସହିତ ଶିକ୍ଷା ଦୀକ୍ଷା ଦେଇ ସମାଜରେ ଛିଡା କରାଇଛନ୍ତି !ତେଣୁ ଲେଖାଯାଏ ବାପା ମାଆଙ୍କୁ ସମାଦର କର !କିନ୍ତୁ ଯିଏ ଯେତେ ଶିକ୍ଷିତ ହେଉଛି, ସିଏ ସେତେ ଅମଣିଷ ପାଲଟି ନିଜ ବାପ ମାଆ ଙ୍କୁ ଛାଡିଦେଉ ଛନ୍ତି ଅନାଥାଶ୍ରମରେ !ଏପରି କାରୁଣ୍ୟ ବାଚକ ପ୍ରବଚନ ଶୁଣିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ର କନକପୁର ଦେଉଳି ଗ୍ରାମରେ !ମାଆ ଶାରଳାଙ୍କ ନିତ୍ୟ ସେବକ ସ୍ବର୍ଗତଃ ରାଉଳ ଙ୍କ ସୁପୁତ୍ର ପିତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ଉପଲକ୍ଷେ ଆୟୋଜନ କରିଛନ୍ତି ଆଧ୍ୟାତ୍ମିକ ପ୍ରବଚନ !ଏହି ପ୍ରବଚନ ସଭାର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଶ୍ରୀଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ !ଭଗବତ ଚେତନା ଆଧାରରେ ଦିବ୍ୟପ୍ରବଚନ ପ୍ରଦାନ କରି ପିତୃଋଣ ଓ ପୁତ୍ରର କର୍ତ୍ତବ୍ୟ ଉପରେ ତାତ୍ୱିକ ଉଦାହରଣ ବିଷୟରେ କହିଥିଲେ !ସମ୍ମାନିତ ବରଣ୍ୟ ଅତିଥି ଥିଲେ ମାଳିକା ବିଶାରଦ ପରିବ୍ରାଜକ ପ୍ରବକ୍ତା ପ୍ରମୋଦ କୁମାର ପୃଷ୍ଟି, ଅଧ୍ୟାପକ ଧୀରେନ୍ଦ୍ର ବେହେରା, ଶ୍ରୀଜଗନ୍ନାଥ ପଞ୍ଚରାତ୍ର କମିଟିର ଜଗତସିଂହପୁର ଜିଲ୍ଲା ଶାଖାର ସଭାପତି ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖ ସ୍ବର୍ଗତଃ ବାବାଜୀ ରାଉଳ ଙ୍କ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ । ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ, ସାରଳା ସେବକ ହରେକୃଷ୍ଣ ରାଉଳ ନିମନ୍ତ୍ରିତ ଅତିଥି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଭଗବତପ୍ରେମିମାନେ ଉଚ୍ଚପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା।

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button