State

ମା’ଶାରଳା ଙ୍କ ପୀଠରେ ବ୍ରହ୍ମ ଏକାକ୍ଷର ମହାମେଳା !!

ତିର୍ତ୍ତୋଲ ::-ସାମ୍ପ୍ରତିକ ସମୟରେ ଅସ୍ଥିର ବିଶ୍ବକୁ ଶାନ୍ତିର ପଥରେ ଆକର୍ଷଣ କରି ସୁସ୍ଥିର ବାତାବରଣ କୁ ପରିବ୍ୟାପ୍ତ କରାଇବାକୁ ଶାନ୍ତିଦାତା ଙ୍କ ଆବଶ୍ୟକ ଥିବାବେଳେ, ରାଜନୈତିକ, ସାମ୍ପ୍ରଦାୟିକ ଓ ଭୌଗଳିକ ନିର୍ଧାରଣ କୁ ନେଇ ଦ୍ୱନ୍ଦ୍ୱଯୁଧ୍ୟ ବଢିବଢି ଚାଲିଛି ।ବିଶ୍ଵ ନେତୃବୃନ୍ଦ କ୍ଷମତା ଲୋଭରେ ଭୁଲିଯାଉଛନ୍ତି ଯେ ସାରାବିଶ୍ୱ ବ୍ରହ୍ମାଣ୍ଡ ଏକ ଆଧ୍ୟାତ୍ମିକ ଶକ୍ତିରେ ପରିଚାଳିତ ହେଉଛି ବୋଲି !ଯାହା ଫଳରେ ମାନବ ସମାଜରେ ଆଧ୍ୟାତ୍ମିକ ଭକ୍ତିଭାବ ର ଅବକ୍ଷୟ ହେଇ ଚାଲିଛି । ଏମିତି ଏକ ଘଡିସନ୍ଧି ସମୟ ରେ,
ପବିତ୍ରଶାସ୍ତ୍ର ଓ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ବିରଚିତ ୧ ଲକ୍ଷ ୮୪ ହଜାର ଗ୍ରନ୍ଥ ମଧ୍ୟରେ ସର୍ବଶ୍ରେଷ୍ଠ ଗ୍ରନ୍ଥ ” ବ୍ରହ୍ମ ଏକାକ୍ଷର ଗ୍ରନ୍ଥ” ର ମାର୍ଗ ଦର୍ଶନ ରେ ଅନୁପ୍ରାଣିତ ଓ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ସେହି ଦିବ୍ୟଗ୍ରନ୍ଥ ବ୍ରହ୍ମ ଏକାକ୍ଷର ର ପ୍ରଚାର ପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ , କଟକ ପରମହଂସ ଆଶ୍ରମ ରୁ ପଣ୍ଡିତ ସୁଦର୍ଶନ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ,ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ,
ବାଣୀକ୍ଷେତ୍ର ଝଙ୍କଡ଼ ଶାରଳା ମନ୍ଦିର ସମ୍ମୁଖସ୍ଥ ଦୋଳ ମଣ୍ଡପ ରେ ବ୍ରହ୍ମ ଏକାକ୍ଷର ମହାମେଳା,ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପଦ୍ମବନ ପୀଠ ନିବାସୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ତୈଳଚିତ୍ର ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା ସହିତ ବ୍ରହ୍ମ ଏକାକ୍ଷର ଗ୍ରନ୍ଥର ପାରାୟଣ ଓ ପ୍ରବଚନ କରାଯାଇ ଥିଲା। ପଣ୍ଡିତ ସୁବ୍ରତ କୁମାର ବେହେରା, ଅଜିତ୍ କୁମାର ଦଳାଇ , ପଣ୍ଡିତ ରବିନ୍ଦ୍ର ଦାସ, ଆଲୋକ କୁମାର ସ୍ଵାଇଁ, ରାଜେନ୍ଦ୍ର କୁମାର ମିଶ୍ର , ବସନ୍ତ କୁମାର ବାରିକ, ପଣ୍ତିତ ଚିତ୍ତରଞ୍ଜନ, ଅପରାଜିତା ସ୍ଵାଇଁ , ନୟନା ଦଳାଇ , ବାପି, ଅଜୟ ଓ ସତ୍ୟବ୍ରତ ସେନାପତି ପ୍ରମୁଖ ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସଙ୍କୀର୍ତ୍ତନ ଓ ଭକ୍ତି ସଙ୍ଗୀତ ପରିବେଷଣ କରି, ମାଆଙ୍କ ପୀଠ ସ୍ଥଳି କୁ ପ୍ରକମ୍ପିତ କରିଥିଲେ।ଆଗାମୀ ଦିନ ମାନଙ୍କରେ ଏହି କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବା ସହିତ ବିଶ୍ୱର ମଙ୍ଗଳ ନିମନ୍ତେ ଜ୍ଞାନଯଜ୍ଞ ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରାଯିବ ବୋଲି, କାର୍ଯ୍ୟ କର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button