Education

ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦ ରେ ସ୍କୁଲ କୁ ଘେରିଲେ ଗ୍ରାମବାସୀ ।

 ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋୖର ପରିଷଦ ଗତିଗୁଡା ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକରର ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଏବଂ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା କୁ ନେଇ ବିଦ୍ୟାଳୟ କୁ ଘେରିଲେ ଗ୍ରାମବାସୀ । ଗ୍ରାମବାସୀ ଙ୍କୁ କହିବା ଅନୁଯାୟୀ ବିଦ୍ୟାଳୟ ର ଦୁଇ ବର୍ଷ ତଳେ ଆସିଥିବା ସହକାରୀ ଶିକ୍ଷକ ବାବୁରାମ ପାତ୍ର ଙ୍କୁ ଅନ୍ୟତ୍ର ନାୟକଗୁଡ଼ାରେ ବଦଳି କରିଥିବା ଯୋଗୁ ଗ୍ରାମବାସୀ ପୁଣି ଥରେ ଫେରେଇ ଆଣିବା ପାଇଁ ଅନେକ ଥର ବ୍ଳକ ଶିକ୍ଷା ଅଧିକାରୀ ଙ୍କୁ କହିଥିଲେ କୌଣସି କର୍ଣ୍ଣ ପାତ କରିନଥିବା ଯୋଗୁଁ ଆଜି ବିଦ୍ୟାଳୟରେ ପରିସସରେ ଗ୍ରାମବାସୀ ଏକାଠି ହୋଇ ପ୍ରତିବାଦ କରିଥିଲେ ।
ଏହି ସମୟରେ ବିଦ୍ୟାଳୟ ପରିଦର୍ଶନ କରିବାକୁ ଆସିଥିବା crcc କୁ ମଧ୍ଯ ଅଟକ ରଖି ନିଜର ଦାବି ଉପସ୍ଥାପନ କରିଥିଲେ ଗ୍ରାମବାସୀ ।ଦୀର୍ଘ ଚରିଘଣ୍ଟା crcc କୁ ବିଦ୍ୟାଳୟ ଭିତରେ ଅଟକ ରଖି ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ crcc ଦ୍ଵାରା ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଫୋନ ଯୋଗେ ଅଭିଯୋଗ କରିଥିଲେ । ଶିକ୍ଷା ଅଧିକାରୀ ଙ୍କ ଲିଖିତ ପ୍ରତିଶୃତି ମିଳିବା ପରେ ବିଦ୍ୟାଳୟରୁ crcc ଙ୍କୁ ଛାଡିଥିଲେ ଗ୍ରାମବାସୀ । ଏବଂ ଆଗାମୀ ସପ୍ତାହ ମଧ୍ୟରେ ଯଦି ବିଦ୍ୟାଳୟ ର ସମସ୍ୟା ସମାଧାନ ନହୁହେ ତାହେ ବିଦ୍ୟାଳୟ କୁ ତାଲା ପକେଇବେ ବୋଲି କହିଛନ୍ତି ।

Related Articles

Back to top button