ଆଦର୍ଶ ଧର୍ମପ୍ରାଣl ମହିଳା ମଞ୍ଜୁଲତା ଙ୍କ ଏକାଦଶାହ ଉପଲକ୍ଷେ ସ୍ମୁତିଶ୍ରଦ୍ଧାଞ୍ଜଳି !!


ତିର୍ତ୍ତୋଲ ::-ଦିନ ସିନା ଚାଲିଯାଏ ଚି଼ହ୍ନ ଯାଏ ଛାଡି , ସେଇ ଚି଼ହ୍ନ ସ୍ମୃତି ହୋଇ ରହେ ପିଢ଼ି ପିଢ଼ି !ଏକାଦଶାହ କର୍ମଯୋଗର ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଅତୀତର କିଛି ଅନୁଭୂତିକୁ ମନେ ପକେଇଥିଲେ ଉପସ୍ଥିତ ସମ୍ପର୍କୀୟ ମାନେ!ଏପରି ଜଣେ ଧର୍ମପ୍ରାଣା ଆଦର୍ଶ ମହିଳାଙ୍କ ସ୍ମୃତି ଚାରଣ କରାଯାଇଥିଲା, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ତ କନକପୁର ସ୍ଥିତ ଆଦିକନ୍ଦ ଭବନରେ !ଯେଉଁଠି ଜଣେ ସେବାନିବୃତ ସୈନିକ ସ୍ବର୍ଗତଃ କୈଳାଶ ଚନ୍ଦ୍ର ରାଉଳ ଙ୍କ ଧର୍ମପତ୍ନୀ ମଞ୍ଜୁଲତା ରାଉଳ ଙ୍କ ଏକାଦଶାହ କାର୍ଯ୍ୟ ଅନୁଷ୍ଠିତ ହେଉଥିଲା !ଏହି ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ହରିୟାଣା ଗୁରଗାଁଓ ର ସନ୍ଦୀପ ଭଗତ, ରାଜେଶ ଭଗତ ଓ ରାଜେନ୍ଦ୍ର କୁମାର ଯୋଗଦେଇ ଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ବିଜୟ ନାୟକ , ବଂଶୀଧର ଗରାବଡୁ , ପୂର୍ଣ୍ଣଶଶୀ ଶେଖର ରାଉଳ, ସାରଦା ପ୍ରସାଦ ରାଉଳ, ତିର୍ତ୍ତୋଲ ପ୍ରେସ କ୍ଳବ୍ ର ସଭାପତି ଶରତ ଚନ୍ଦ୍ର ଦାଶ , ସାମ୍ୱାଦିକ ରଞ୍ଜନ କୁମାର ମଲ୍ଲିକ, ସାମ୍ୱାଦିକ ଭାଗବତ ପ୍ରସାଦ ଓ ସାମ୍ୱାଦିକ କୈଳାଶ ଚନ୍ଦ୍ର ବେହେରା ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ,ସ୍ୱର୍ଗତାଃ ମଞ୍ଜୁଲତା ଙ୍କ ଜୀଵନଦର୍ଶନ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରୁଦ୍ରପ୍ରସାଡ ରାଉଳ, ପ୍ରଭୁପ୍ରସାଦ ରାଉଳ ଓ ଶିବପ୍ରସାଦ ରାଉଳ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ, ରୋଜାଲିନି ନାୟକ, ନିଗମାନନ୍ଦ ନାୟକ, ନୃସିଂହ ଚରଣ ରାଉଳ ଓ ଦେବୀପ୍ରସାଦ ରାଉଳ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ଏହି ଅବସରରେ ଶତାଧିକ ବ୍ରାହ୍ମଣ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇ ଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




