Education

ଘଣ୍ଟାପଡ଼ା ହାଇସ୍କୁଲରେ ସ୍ଵଛଡା ପକ୍ଷ ପାଳିତ ।

କଣ୍ଟାମାଳ, ୩/୯ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସ୍ଥିତ ସମଲେଶ୍ଵରୀ ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ଵଛତା ପକ୍ଷ ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ଵରେ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷ ସୁଶାନ୍ତ ମାଝୀ, ସମ୍ମାନୀତ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଦସ୍ୟ ସୂର୍ଯ୍ୟନାରାୟଣ ସାହୁ, ପ୍ରଭାତ କୁମାର ସାହୁ, ସୂର୍ଯ୍ୟ ଦେହୁରୀ, ଗିରିଧର ଦେହୁରୀ, ଅଗସ୍ତୀ ମଲିକ, ଦେବେନ୍ଦ୍ର ରଣା, ବରୁଣ ବିଭାର ପ୍ରମୁଖ ଉପସ୍ଥିତ ରହି ସ୍ଵଛତା ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ନିଜେ ସ୍ୱଚ୍ଛତା ରହି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌.ଏମ୍.ଡି.ସିର ସଦସ୍ୟ ସଦସ୍ୟା, ଅଭିଭାବକ ଉପସ୍ଥିତ ରହିଥିଲେ। ସହକାରୀ ଶିକ୍ଷକ ଆକାଶ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଶିକ୍ଷକ ସନ୍ତୋଷ ସାହୁ ଧନ୍ୟବାଦ ଦେଇଥିଲେ। ସେହିପରି ଶିକ୍ଷକ ଲିପୁନ ପ୍ରଧାନ, ଶାନ୍ତାନୁ ସେଠୀ, ଦୁର୍ଗାଶଙ୍କର ପଣ୍ଡା, ଶିକ୍ଷୟତ୍ରୀ ରଶ୍ମିତା ସାହୁ , ବନମାଳୀ ମଲିକ ପ୍ରମୁଖ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁକ୍

Related Articles

Back to top button