State

ଛତିଆ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଓ ସଚେତନତା ଶିବିର ରେ 798 ମାମଲା ଅଭିଯୋଗ ।

 ବଡଚଣା ବ୍ଲକ ଅନ୍ତର୍ଗତ ଛତିଆପିଲିଗ୍ରିମ ସେଡ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣି ଶିବିରରେ ବଡଚଣର ମାନ୍ୟବର ବିଧାୟକଶ୍ରୀଯୁକ୍ତ ଅମର ନାୟକ ପହଞ୍ଚି ସାଧାରଣ ଲୋକ ମାନଙ୍କ ଅଭିଯୋଗ କୁ ଗ୍ରହଣ କରିବା ସହିତ ତୁରନ୍ତ ସମାଧାନ ଲାଗି ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅଭିଯୋଗ ଶୁଣାଣି ଶିବିର ରେ ସାଧାରଣ ପ୍ରଶାସନ ପକ୍ଷରୁ ବିଡ଼ିଓ ଦେବେନ୍ଦ୍ର ପ୍ରଧାନ ଓ ବିଭିନ୍ନ ବିଭାଗୀୟ ଅଧିକାରୀ, ଦର୍ପଣ ତହସିଲ ଦାର୍ ମାନସ ରଞ୍ଜନ ତ୍ରୀପାଠୀ ଓ ଅଧିକାରୀ ମାନେ ଅଭିଯୋଗ ଗ୍ରହଣ କରିଥିଲେ। ଆବାସ,ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ , ରାସନ୍ , ଭତ୍ତା , ଭୂମିହୀନ ଇତ୍ୟାଦି ସମ୍ବଧୀୟ ୭୯୮ ଗୋଟି ଅଭିଯୋଗ ଆସିଥିବା ବେଳେ, ତତକ୍ଷଣାତ୍ ୫୮ ଗୋଟି ମାମଲାର ସମାଧାନ ହୋଇ ଥିବା ସୂଚନା ଦେଇ ଥିଲେ ବି ଡି ଓ। ତେବେ ସରକାରଙ୍କ ପକ୍ଷରୁ ଭୂମି ହିନ ପରିବାର ମାନଙ୍କୁ ଆର୍ ଆଇ ମାଧ୍ୟମରେ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କୁ ଘର ବାରି ପଟ୍ଟାi ଯୋଗାଇ ଦିଆଯିବ ବୋଲି ସୂଚନା ଦେଇ ଥିଲେ ଦର୍ପଣ ତହସିଲ ଦାର।ଛତିଆ ଗ୍ରାମପଞ୍ଚାୟତ ସରପଞ୍ଚ ରମେଶ ପୃଷ୍ଟି ସମିତି ସଭ୍ୟ ଦୀପକ ସାହୁ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ କାର୍ଯ୍ୟ କ୍ରମ ଚାଲୁ ରହିଥିଲା,ଛତିଆ ଚମ୍ପାପୁର ନେଳିଆ ସୋଲର ଆଦି ପଂଚାୟତ ର ଜନ ସାଧାରଣ ନିଜ ନିଜ ର ଅଭିଯୋଗ କୁ ଲିଖିତ ଆକାର ରେ ଜଣାଇଥିଲେ, ସ୍ଥାନୀୟ ଅଂଚଳ ର ବହୁ ଯୁବ ସମାଜ ସେବୀଭାଇ ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ,

Related Articles

Back to top button