State
କଲରାକୋଠାରେ କାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ


କଣ୍ଟାମାଳ, ୨/୯ (ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଳା କଣ୍ଟାମାଳ ବ୍ଲକ୍ କଲରାକୋଠା ସ୍ଥିତ କାଳୀପୂଜା ମଣ୍ଡପ ଠାରେ ୟୁଥ୍ ଫ୍ରେଣ୍ଡ୍ ଆସୋସିଏସନ୍ ପକ୍ଷରୁ କାଳୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ର ସଭାପତି ପ୍ରଫୁଲ୍ଲ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବ ବର୍ଷର ଆୟ ବ୍ୟୟର ହିସାବ କରାଯିବ ସହ ଚଳିତ ବର୍ଷ ପୂଜା କୁ କିପରି ଆକର୍ଷଣୀୟ କରାଯିବ ସେ ବିଷୟରେ ସଦସ୍ୟମାନଙ୍କ ମତ ଲୋଡା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ପ୍ରକାଶ ରଣା, କୋଷାଧ୍ୟକ୍ଷ ତରଣିସେନ୍ ସାହୁ, ସଂଯୋଜକ ଧରଣିସେନ୍ ସାହୁ,ସଂଘର ପ୍ରତିଷ୍ଠାତା ସଦସ୍ୟ ଶକ୍ତି ପ୍ରସାଦ ନାୟକ, ଧର୍ମେନ୍ଦ୍ର ରଣାଙ୍କ ସମେତ ବହୁ ସଦସ୍ୟ ଏହି ବୈଠକ ରେ ଅଂଶ ଗ୍ରହଣ କରିଥଲେ।ଶେଷରେ ସଦସ୍ୟ ମନୋଜ ଶର୍ମା ଧନ୍ୟବାଦ୍ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




