Education

ସାହାସପୁର ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷ ଙ୍କ ଦାଇତ୍ବ ଗ୍ରହଣ

୧/୯=ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାହାସପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଥିବା ପ୍ରତାପ କୁମାର ସାହୁ ଗତକାଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଦାଇତ୍ବ ରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ଗଣିତ ବିଭାଗ ର ପ୍ରାଧ୍ୟାପକ ଶ୍ଯାମସୁନ୍ଦର ପଲାଇ ତାଙ୍କ ଠାରୁ କାର୍ଯ୍ଯଭାର ଗ୍ରହଣ କରିଛନ୍ତି। ଏହି କଲେଜ ପରିସରରେ ନୁତନ ଅଧ୍ଯକ୍ଷ ଙ୍କୁ ମହାବିଦ୍ୟାଳୟ ର ପ୍ରାଧ୍ଯାପକ ସରୋଜ ରଞ୍ଜନ ଜେନା, ବିଶ୍ବତୋଷ ନାୟକ, ସଂଗ୍ରାମ ପରିଡା, ପ୍ରଦିପ ବିଶ୍ଵାଳ, ମୀନତି ସାହୁ, କାମିନି ପ୍ରଭା ମାଝି, ମୂଖ୍ୟ ଲିପିକ ପ୍ରତାପ ବୀରବର ପୃଷ୍ଟି, ସରୋଜ ସାମଲ, ପ୍ରଗତି ମହାନ୍ତି ସମେତ ବହୁ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଗଣ ନୂତନ ଅଧ୍ୟକ୍ଷ ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ବିଦାୟୀ ଅଧ୍ୟକ୍ଷ ଙ୍କ ସେବାନିବୃତ ଜୀବନ ର ସଫଳତା କାମନା କରିଥିଲେ।

Related Articles

Back to top button