State

ଡ. ଭବାନୀ ଶଙ୍କର ନିଆଲଙ୍କ କବିତା ସଂକଳନ ‘ଲକଡାଉନ’ ଲୋକାର୍ପିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ କବି ଡ. ଭବାନୀଶଙ୍କର ନିଆଲଙ୍କ ‘ଲକଡାଉନ’ କବିତା ସଂକଳନ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଲୋକାର୍ପିତ ହୋଇଯାଇଛି। ଏହି ଭବ୍ୟ ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ଯୋଗଦେଇ ପୁସ୍ତକର ଲୋକାର୍ପଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ ଡ. ଅଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଡ. ତପନ କୁମାର ରଥ, ଅଧ୍ୟାପକ ତଥା ଲକଡାଉନ ପୁସ୍ତକର ଇଂରାଜୀ ଅନୁବାଦକ ବଙ୍କିମ ମୁଣ୍ଡ, କବି ଓ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ପ୍ରାବନ୍ଧିକ ତଥା ଅଧ୍ୟାପକ ଗୋବିନ୍ଦ ସାହୁ, ବିଶିଷ୍ଟ ସାମ୍ବାଦିକ ଦେବେନ୍ଦ୍ର ବିଶି, ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରୀରୂପା ପ୍ରକାଶନର ଉପଦେଷ୍ଟା ତଥା ଗାଳ୍ପିକ ସୁକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହ ପ୍ରାରମ୍ଭରେ ଲିପ୍ସା ମହାରଣା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କବି ତଥା ଗାଳ୍ପିକ ଡିଲେଶ୍ଵର ରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ କବି ତଥା ଲେଖକ ସୁଶୀଲ କୁମାର ବାଗ ସଭା ପରିଚାଳନା ଓ ଧ୍ୟାନାନନ୍ଦ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଜିଲ୍ଲାର ବହୁ କବି, ଲେଖକ, ବୁଦ୍ଧିଜୀବୀ ଓ ଅନେକ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button