ବୌଦ୍ଧଜିଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଆଭାସୀ ବୈଠକ


ହରଭଙ୍ଗା ,୩୧ା୮(ଚିତ୍ତ ରଞ୍ଜନ ସିଂ )ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଜିଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ ହୋଇସାରିଥିବାବେଳେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ ଆରମ୍ଭ ହୋଇଯାଇଛି । ଜିଲାରେ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡିବେ ସେଥିପାଇଁ ବୈଠକରେ ଜିଲାପାଳ ଶ୍ରୀପଣ୍ଡା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରସ୍ତୁତ ମାଇକ୍ରୋ ପ୍ଲାନ ଅନୁଯାୟି ସମସ୍ତେ କାର୍ଯ୍ୟ କରିବେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ଥାନାଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇ ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରାଇବାକୁ ପରାମର୍ଶ ଦିଆଯାଇଥିଲା । ଯୋଜନାରେ ହିତାଧକାରୀମାନଙ୍କ ନିକଟରେ ଫର୍ମ ଉପଲବ୍ଧ କରାଇବା ପାଇଁ ଅଙ୍ଗନବାଡି କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲିଡ ବ୍ୟାଙ୍କ ମ୍ୟାନେଜର ସମସ୍ତ ବ୍ୟାଙ୍କ ଅଧିକାରୀଙ୍କ ସହିତ ବୈଠକ କରି ସୁଭଦ୍ରା ଡେବିଟ କାର୍ଡ ମାଗଣାରେ ପ୍ରଦାନ କରାଇବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଫର୍ମ ବିତରଣ କରିବା ସହିତ ସାଧାରଣ ସେବା କେନ୍ଦ୍ର ଜରିଆରେ ହିତାଧିକାରୀମାନେ ଆବେଦନ କରିପାରିବେ । କୌଣସି ହିତାଧିକାରୀ ଆବେଦନ ପ୍ରକ୍ରିୟାରେ ଯେପରି ସମସ୍ୟାର ସମ୍ମୁଖିନ ହେବେନାହିଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ଏହି ଯୋଜନାର ସଫଳତା ଓ ସାମୁହିକ ସଚେତନତା ପାଇଁ ଦୁତ ଭାବରେ ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟ କରିବାକୁ ଜିଲାପାଳ ଆହ୍ୱାନ ଜଣାଇଥିଲେ । ଆଭାସୀ ବୈଠକରେ ନାଡାଲ ଅଧିକାରୀ ଭାବରେ ଅତିରିକ୍ତ ଜିଲାପାଳ ଓ ସହକାରୀ ନୋଡାଲ ଅଧିକାରୀ ଭାବରେ ଉପଜିଲାପାଳ କାର୍ଯ୍ୟ କରିବେ । ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର,ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ ।




