Education

କଣ୍ଟାମାଳ ହାଇସ୍କୁଲରେ ମ୍ୟାଲେରିଆ ଓ ଡେଙ୍ଗୁର ସଚେତନତା କାର୍ଯ୍ୟକ୍ରମ:

କଣ୍ଟମାଳ,୩୦/୮: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡ଼କ୍ରସ୍ ଆନୁକୁଲ୍ୟରେ ମ୍ୟାଲେରିଆ ଓ ଡେଙ୍ଗୁ ଜ୍ୱରର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ସୁଜିତ୍ କୁମାର ତରିଆ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଏଡିସ୍ ମଶା କାମୁଡିବା ଦ୍ବାରା ଡେଙ୍ଗୁଜ୍ଵର ହୋଇଥାଏ ଓ ମାଈ ଏନୋଫୋଲିସ ମଶାଦ୍ୱାରା ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇଥାଉ ।ଏହାର ପ୍ରତିକାର ପାଇଁ କୁଲର ଓ ଫୁଲକୁଣ୍ଡର ପାଣିକୁ ୩ରୁ୪ ଦିନ ମଧ୍ୟରେ ସଫା କରିବା, ପାଣି ଜମିବାକୁ ଦେବାନାହିଁ , ନିଜ ଘର ଚାରିପାଖ ସଫା ରଖିବା ଓ ପ୍ରତ୍ୟେକ ଦିନ ମଶାରୀ ଟାଙ୍ଗୀ ଶୋଇବା ଆଦି ବିଷୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ପ୍ରଥମେ ନିଜେ ସଚେତନ ହେବା ସହ ଆମ ପରିବାର ତଥା ସମାଜକୁ ସଚେତନ କରାଇବାକୁ ପ୍ରଧାନଶିକ୍ଷକ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ମନୋରଂଜନ ପ୍ରଧାନ,ସତ୍ୟଜିତ ପଣ୍ଡା,ଆଲୋକ ପରଡ଼ିଆ, ସରୋଜ ସାହୁ , ଶିକ୍ଷୟିତ୍ରୀ ମୀରବାଇ ଧରୁଆ, ସୁପ୍ରିୟା ପ୍ରିୟଦର୍ଶିନୀ, ଗୀତାଞ୍ଜଳୀ ସାହୁ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ଜୁନିୟର ରେଡକ୍ରସ କାଉନସିଲର ତଥା ଶିକ୍ଷକ ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button