State

ରାଜ୍ୟ ସରକାରଙ୍କ ଦୃଷ୍ଟି ପଡି଼ବକି ମାଳିକା ବର୍ଣିତ ଉଦୟ ବଟ ଧାମ ଉପରେ !!(ପର୍ଯ୍ୟଟନ କ୍ଷେତ୍ର )

ପାରାଦ୍ୱୀପ ::-ଦର୍ଶକବନ୍ଧୁ ଏଇ ସେ ମାଳିକା ବର୍ଣ୍ଣିତ ଉଦୟ ବଟ !ବଟବୃକ୍ଷର ଘଞ୍ଚ ସବୁଜିମା ବନାନୀ ମଧ୍ୟରେ ସୁରମ୍ୟ ମନ୍ଦିର !ଅନେକ ସାଧୁସନ୍ଥ ଙ୍କର ସମାଧି ମନ୍ଦିର !ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କର ଲେଖନୀରେ ଲିପିବଦ୍ଧ ସିଦ୍ଧାନ୍ତ “ଶ୍ରୀଜଗନ୍ନାଥ ସଂସ୍କୃତି ର ଅବକ୍ଷୟ କୁ ରୋକିବା ପାଇଁ ଏକ ଆଧ୍ୟାତ୍ମିକ ଜନ ଜାଗରଣ ଏଇ ଉଦୟ ବଟରୁ ଆରମ୍ଭ ହୋଇ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବ !”ଇଏ ସେଇ ଉଦୟବଟ, ଯେଉଁଠି |ରାଜା ପୁଅ ହୋଇଛନ୍ତି ବାବାଜୀ !ଆଉ ସ୍ୱାଧୀନତା ସଂଗ୍ରାମୀମାନେ ହୋଇଛନ୍ତି ସନ୍ୟାସୀ !|ଏଇ ମାଟିରେ ଏବେବି ପଡି ରହିଛି ସେଦିନର ସେଇ ସ୍ମାରକୀ ଗୁଡିକ |କେଉଁ କାଳରୁ ପୂଜିତ ବିଶାଳ ତ୍ରିଶାଖା କ୍ଷୀର ବୃକ୍ଷ ଓ ଅଗଣିତ ଓହଳ ଆଧାରିତ ବଟବୃକ୍ଷ, ଏବେବି ସେମିତି ଅଛି ଆଶ୍ରମ ପରିସରରେ | ତତ୍କାଳୀନ କୁଜଙ୍ଗ ରାଜ ବଂଶ ର ଶେଷ ରାଜା ଶ୍ରୀଯୁକ୍ତ ନାରାୟଣ ବୀରବର ସାମନ୍ତ ସନ୍ୟାସୀ ହୋଇ ଶେଷ ଜୀବନ ଏହି ଆଶ୍ରମ ରେ କଟାଇ ଥିଲେ |ଯୋଉ ରାଜବଂଶର ରାଜା ୧୫୬୮ରୁ ୧୫୭୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ଙ୍କ ବ୍ରହ୍ମ ଓ ବ୍ରହ୍ମ ବାହକ ବିଶର ମହାନ୍ତିଙ୍କୁ ଗଡ଼କୁଜଙ୍ଗରେ ରଖି ପୂଜା କରୁଥିଲେ !ଏହିଠାରେ ଅନେକ ସାଧୂସନ୍ଥ ଙ୍କ ସମାଧି ସହିତ,ବିଶାଳକାୟ ଅନନ୍ତ ଙ୍କ ବିଗ୍ରହ, କଳ୍କୀ ବିଗ୍ରହ,ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କ ବିଗ୍ରହ ପୂଜା ପାଉଛନ୍ତି !ଏହି ଧାମର ପରିଦର୍ଶନ ସ୍ଥାନ ପାରାଦ୍ୱୀପ ର ଦୋଛକି ଠାରୁ ଅନତି ଦୂର ରେ ଅବସ୍ଥିତ |ଉତ୍କଳୀୟ ଧର୍ମ ଓ ଶ୍ରୀ ଜଗନ୍ନାଥ ଙ୍କ ସହିତ ଏହି ପୀଠର ସମ୍ପର୍କ ଅତୀବ ନିବିଡ ରହିଥିବାରୁ ସରକାର ଉକ୍ତ ପୀଠର ଭିତ୍ତି ଭୂମି ର ଉନ୍ନୟନ କରିବା ସହିତ ଉଦୟ ବଟ ଧାମ କୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ଏବଂ ଏହି ଧାମ ଉପରେ ଉଚ୍ଚତ୍ତର ଗବେଷଣା କରିବା ପାଇଁ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ର ପ୍ରତିନିଧି ସରୋଜ ନାୟକ,ଡ଼କ୍ଟର ଧୃତିଧର ଦାସ,ନୃସିଂହ ବାରିକ,ରମେଶ ମହାନ୍ତି,ଆଡ଼ଭୋକେଟ ସୁଶାନ୍ତ କୁମାର ବିହାରୀ, ଭାରତ ମଲ୍ଲିକଏବଂ ଜ୍ୟୋତି ରଞ୍ଜନ ପରିଡା ରାଜ୍ୟ ସଂସ୍କୃତି ନିର୍ଦେଶକ ଙ୍କୁ ନିବେଦନ କରିଛନ୍ତି !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା

Related Articles

Back to top button