State

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ ଅବସରରେ ଭବାନୀପାଟଣା ଚଞ୍ଚରାପଡା ପରିସରରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ

 

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଚଞ୍ଚରାପଡା ସ୍ଥିତ କୃଷ୍ଣଗୁରୁ ସଂସ୍କୃତିକ ଅନୁଷ୍ଠାନ ତରଫରୁ ଶ୍ରୀ କୃଷ୍ଣ ମହାପ୍ରଭୁ ଙ୍କ ର ଜନ୍ମାଷ୍ଟମୀ ମହୋତ୍ସବ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ ଅବସରରେ ଭବାନୀପାଟଣା ଚଞ୍ଚରାପଡା ପରିସରରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରାଗଲା ! ସମସ୍ତେ ଏକତ୍ରିତ ହୋଇ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ ଅବସରରେ ଉକ୍ତ ସୋମବାର ଦିନ ଅପରାହ୍ନ ୪ ଘ. ସମୟରେ କଳସଯାତ୍ରା ହୋଇଥିଲା । ଚଞ୍ଚରାପଡା ରୁ ବାହାରୀ ଭବାନୀଶଙ୍କର ମନ୍ଦିର ସମ୍ମୁଖ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା ! ବହୁ ସଂଖ୍ୟା ରେ ଭକ୍ତଗଣ ଯୋଗ ଦେଇଥିଲେ । ଶୋଭାଯାତ୍ରା ରେ ପାରମ୍ପାରିକ ନୀତି ଓ କୀର୍ତନ ବାଦ୍ୟ ସହିତ ନାରାରେ ପରିବେଶ ପ୍ରକମ୍ପିତ ହୋଇଥିଲା । ରାତ୍ର ୯ ଘ. ସମୟରେ ଜନ୍ମାଷ୍ଟମୀ ପୂଜନ ଓ ଚାରି ପ୍ରହରି ଆଳତି ମନ୍ଦିର ପରିସରରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ଜନ୍ମାଷ୍ଟମୀର ଧୂପ, ପୂଜା ଆରମ୍ଭ, ମହା ଆଳତି କରାଯାଇଥିଲା। କାର୍ଯ୍ୟକ୍ରମକୁ ସଭାପତି ଡ଼.ଚିତ୍ତ ରଞ୍ଜନ ମୁଣ୍ଡ, ଉପ- ସଭାପତି- ଶ୍ରୀ ଚକ୍ର ଦୀପ, ସମ୍ପାଦକ- ମନୋଜ ପଟ୍ଟନାଏକ, କୋଷାଧକ୍ୟ ଓ ଓକିଲ ହେମନ୍ତ କୁମାର ଛତ୍ରିଆ, ପ୍ରମୁଖ ତଥା ଅନ୍ୟ ସମସ୍ତ କର୍ମକର୍ତା, ହେଲେ କରଣ ସିଂ, ସୁମନ ସିଂ, ଗଙ୍ଗାରାମ ବାଗ, ରମେଶ ଚନ୍ଦ୍ର ଛତ୍ରିଆ, ରୋମାଞ୍ଚଳ ଛତ୍ରିଆ, ହେମନ୍ତ ଚନ୍ଦନ, ଅଶ୍ୱିନ ଚନ୍ଦନ, ଗୌରା ଭୋଇ, ତ୍ରିଭୁବନ ଆଡ଼ଯୁଆଡ଼, ପ୍ରଦିପ ଖଟାଇ, ବିକ୍ରମ ନାଏକ, ଉତ୍ତମ କୁମାର ନାଏକ, କାର୍ତିକ ବାଗ, ବାପି ବାଗ, ବାପି ସ୍ୱାଇଁ, ତରୁଣ ବାଗ, ରାହୁଲ ଚନ୍ଦନ, ରାଜା ହଂସ, ପପୁ ହଂସ, ସୁରେଶ ନାଗ, ଜୀତେନ୍ ଗୌଡ଼, ଲଳିନ କାନ୍ତ ବେମାଲ, ଭୀମ ବେମାଲ ଓ ଚଞ୍ଚରା ପଡାବାସୀ ବୃନ୍ଦ ଓ ଭକ୍ତ ବୃନ୍ଦ, ପ୍ରମୁଖ ସହଯୋଗ କରିଥିଲେ। ତା ୨୬.୦୮.୨୦୨୪ ରିଖ ସୋମବାର ରାତ୍ର ଘ. ୧୨.୩୦ ମି ମଧ୍ୟ ପ୍ରସାଦସେବନ ହୋଇଥିଲା । ତା.୨୭.୦୮.୨୦୨୪ ରିଖ ମଙ୍ଗଳବାର ପୂର୍ବାହ୍ନ ୯ ଘ. ସମୟରେ ନନ୍ଦ ଉତ୍ସବ ପାଳନ ଓ ବିମାନ ଭ୍ରମଣ ହରେକୃଷ୍ଣ ହରେକୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ ହରେରାମ ହରେରାମ ରାମ ରାମ ହରେ ହରେ ସହିତ କମ୍ପକ୍ରିତ ହୋଇଥିଲା ଓ ତତ ସହିତ ୨ ଘ. ସମୟରେ ଦଧିହାଣ୍ଡି ଭଞ୍ଜନ ଓ ପରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ସେବନ କାର୍ଯ୍ୟକ୍ରମ ପରେ କାର୍ଯକ୍ରମ ସମାପନ ହୋଇଥିଲା। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button