State
କୁଞ୍ଜକାନ୍ତ ସ୍ଥିତ ପୁରାତନ ରାଧାକୃଷ୍ଣ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼..


ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ
ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ପାହାଡ଼ ଉପରେ ଥିବା ରାଜାରାଜୁଡ଼ା ସମୟରୁ ବହୁ ପୁରାତନ ଶ୍ରୀ ଶ୍ରୀ କୁଞ୍ଜକାନ୍ତ ଜୀୟୁ ମନ୍ଦିରରେ ପୂଜା ପାଇ ଆସୁଛନ୍ତି ପ୍ରଭୁ ରାଧାକୃଷ୍ଣ. ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାତ୍ସବ ପାଳନ ଅବସରରେ ହଜାର ହଜାର ଶ୍ରୀଦ୍ଧାଳୁ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପ୍ରଭୁଙ୍କ କୃପାଲାଭ ପାଇଁ । ଆଜି ପ୍ରାପ୍ତ ସମୟରୁ ଯୁବରାଜ ଅମର ଜ୍ୟୋତି ସିଂଙ୍ଗଦେଓ ଓ ଯୁବରାଣୀ ସାହେବା ଙ୍କ ଦ୍ଵାରା ମଙ୍ଗଳ ଆଳତି ପରେ ବିଜେ ପ୍ରତିମାଙ୍କୁ ଝୁଲଣ ମଣ୍ଡପ କୁ ଆଣୀ ରୀତିକାନ୍ତି ଅନୁସାରେ ପୂଜା ଅର୍ଚନା କରାଯାଉଛି । ପରେ ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ନିଜକୁ ଧନ୍ୟ ମନେ କରିବା ସହିତ ପରିବାରର ମଙ୍ଗଳ କାମନା ପାଇଁ ପ୍ରଭୁଙ୍କ ପାଖରେ ଗୁହାରୀ ଜଣାଉଛନ୍ତି।ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି…




